ଗଜପତି: ଆଜିଠାରୁ ଖୋଲିଲା ପ୍ରସିଦ୍ଧ ମହେନ୍ଦ୍ରଗିରି। ସ୍ବାଭାବିକ ହେବ ପର୍ଯ୍ୟଟକମାନଙ୍କ ଗମନାଗମନ। ବାତ୍ୟା ମୋନ୍ଥାର ପ୍ରଭାବରେ ପାହାଡ଼ ଧସିବା ଆଶଙ୍କା କରି ଏହାକୁ ବନ୍ଦ ରଖାଯାଇଥିଲା। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତ ୨୫ ତାରିଖଠାରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା ପ୍ରଶାସନ । ବାତ୍ୟା ମୋନ୍ଥାର ପ୍ରଭାବ ସରିବା ପରେ ପୁଣିଥରେ ମହେନ୍ଦ୍ରଗିରି ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଅନୁମତି ଦେଇଛି ପ୍ରଶାସନ। ଏହା ସହିତ ଜିଲ୍ଲାର  ସମସ୍ତ ଜଳପ୍ରପାତକୁ ମଧ୍ୟ ଲଗାଯାଇଥିବା କଟକଣା ମହେନ୍ଦ୍ରଗିରି ହଟାଯାଇଛି ।

Advertisment

ଏନେଇ ଗଜପତି ଆରକ୍ଷୀ ଅଧିକ୍ଷକ; ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଓ ରାୟଗଡ ବ୍ଳକ୍ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଜଣାଇଛନ୍ତି।  

ଅକ୍ଟୋବରରେ ଫସିଥିଲେ ପର୍ଯ୍ୟଟକ

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ଆରମ୍ଭରୁ ପାହାଡ ଧସିବା କାରଣରୁ ମହେନ୍ଦ୍ରଗିରି ଯାଇଥିବା ପର୍ଯ୍ୟଟକ ଜଙ୍ଗଲ ଭିତରେ ଅନ୍ଧାର ରାତିରେ ଫସି ରହିଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ଓ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଥିଲା।

New Project

ଦଶହରା ଛୁଟି ଥିବାରୁ ପର୍ଯ୍ୟଟକମାନେ ଗଜପତି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରିକୁ ବୁଲି ଯାଇଥିଲେ। ତେବେ ଲଘୁଚାପଜନିତ ବର୍ଷା ଯୋଗୁଁ ଭୂସ୍ଖଳନ ହେବା ସହ ପାଣି ସୁଅ ବଢ଼ିବାରୁ କିଛି ପର୍ଯ୍ୟଟକ ସେଠାରେ ଫସିଯାଇଥିଲେ। ସମସ୍ତ ପର୍ଯ୍ୟଟକ କଟକ-ଭୁବନେଶ୍ବର ଅଞ୍ଚଳର ଥିବା ଜଣାଯାଇଥିଲା। 

ଆହୁରି ପଢ଼ନ୍ତୁ: Speech Union Minister Ashwini Vaishnav: ଓଡ଼ିଶାକୁ ଉନ୍ନତ ମାନର ଶିଳ୍ପ ଆସିବା ସ୍ବପ୍ନ ଏବେ ସଫଳ ହେଉଛି: କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ଆହୁରି ପଢ଼ନ୍ତୁ: EV Car Stopped: ମଝି ରାସ୍ତାରେ ବନ୍ଦ ହେଲା ୧୫ଲକ୍ଷର ଇଭି କାର୍, ଟାଣି ଟାଣି ଘରକୁ ନେଲା ୧.୫ଲକ୍ଷର ଇ-ରିକ୍ସା