ଧାର୍ଯ୍ୟ ହେଲା ବିମାନ ଭଡ଼ା, ୨ ହଜାରରୁ ୧୮,୬୦୦ ଟଙ୍କା

ଭୁବନେଶ୍ବର: ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଗଷ୍ଟ ୨୪ ପର୍ଯ୍ୟନ୍ତ ଏକ ତୃତୀୟାଂଶ ବିମାନ ଉଡ଼ାଣକୁ ଅନୁମତି ଦେଇଥିବା ବେଳେ ଏହି ସମୟରେ ଯେପରି ବିମାନ ଭଡ଼ା ଅଧିକ ନରୁହେ ସେଥିପାଇଁ ଉଡ଼ାଣ ସମୟକୁ ନେଇ ଭଡ଼ା ଧାର୍ଯ୍ୟ କରିଛି। ଦେଶର ବିଭିନ୍ନ ରୁଟ୍‌ରେ ଉଡ଼ାଣ କରୁଥିବା ବିମାନର ସମୟକୁ ନଜରରେ ରଖି ୭ଟି ଶ୍ରେଣୀରେ ବିମାନ ଭଡ଼ା ସ୍ଥିର ହୋଇଛି। ୪୦ ମିନିଟରୁ କମ୍‌ ସମୟ ଉଡ଼ାଣ ପାଇଁ ୨ହଜାରରୁ ୬ହଜାର ଟଙ୍କା, ୪୦ରୁ ୬୦ମିନିଟ ପର୍ଯ୍ୟନ୍ତ ଉଡ଼ାଣ ପାଇଁ ୨୫୦୦ରୁ ୭୫୦୦, ୬୦ରୁ ୯୦ମିନିଟ ଉଡ଼ାଣ ପାଇଁ ୩୦୦୦ରୁ ୯୦୦୦, ୯୦ରୁ ୧୨୦ମିନିଟ ପର୍ଯ୍ୟନ୍ତ ବିମାନ ଭଡ଼ା ୩୫୦୦ରୁ ୧୦,୦୦୦, ୧୨୦ରୁ ୧୫୦ମିନିଟ ପାଇଁ ୪୫୦୦ରୁ ୧୩୦୦୦, ୧୫୦ରୁ ୧୮୦ମିନିଟ ପର୍ଯ୍ୟନ୍ତ ଉଡ଼ାଣ ପାଇଁ ୫୫୦୦ରୁ ୧୫,୭୦୦, ୧୮୦ମିନିଟରୁ ୨୧୦ମିନିଟ ପର୍ଯ୍ୟନ୍ତ ଉଡ଼ାଣ ପାଇଁ ୬୫୦୦ରୁ ୧୮୬୦୦ଟଙ୍କା ପର୍ଯ୍ୟନ୍ତ ଭଡ଼ା ରହିଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯେଉଁ ଭଡ଼ା ସ୍ଥିର କରିଛି ସେଥିରେ ଭୁବନେଶ୍ବରରୁ ଉଡ଼ାଣ କରୁଥିବା ବିମାନଗୁଡ଼ିକର ଭଡ଼ା ଅଢେଇ ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ରହିବ। କାରଣ ଏଠାରୁ ଉଡ଼ାଣ କରୁଥିବା ସମସ୍ତ ବିମାନ ୧ଘଣ୍ଟାରୁ ୨ଘଣ୍ଟା ମଧ୍ୟରେ ଯାତ୍ରା କରୁଛି। ମନ୍ତ୍ରଣାଳୟ ପକ୍ଷରୁ ଦେଶର ସବୁଠୁ ବ୍ୟସ୍ତବହୁଳ ଏବଂ ଅଧିକ ଭଡ଼ା ରହୁଥିବା ରୁଟ୍‌ ମୁମ୍ବାଇ-ଦିଲ୍ଲୀର ଉଦାହରଣ ଦେଇ କୁହାଯାଇଛି ଯେ, ଏହି ରୁଟ୍‌ରେ ବିମାନ ଭଡ଼ା ୩୫୦୦ଟଙ୍କାରୁ ୧୦ହଜାର ଟଙ୍କା ଭିତରେ ରହିବ। ୪୦% ଟିକେଟ୍‌ ୬୫୦୦ରୁ ୭ହଜାର ଟଙ୍କା ଭିତରେ ବିକ୍ରି ହେବ।

ସମ୍ବନ୍ଧିତ ଖବର