ପୁତୁରା ଟାଙ୍ଗିଆ ଚୋଟରେ ବଡ଼ବାପା ମୃତ

ବଣାଇଁଗଡ଼: ବଣାଇଁ ଉପଖଣ୍ତ ମହୁଲପଦା ଥାନା ଅନ୍ତର୍ଗତ ସାନଜଲ ଗାଁରେ ପାରିବାରିକ କହଳକୁ କେନ୍ଦ୍ରକରି ପୁତୁରାର ଟାଙ୍ଗିଆ ଚୋଟରେ ବଡ଼ବାପାର ମୃତ୍ୟୁ ଘଟିଛି। ମୃତ ଗୋପିନାଥ ମୁଣ୍ତାରୀ(୬୨) ଓ ହତ୍ୟାକାରୀ ଗମେଇ ମୁଣ୍ଡାାରୀ (୨୭)ଙ୍କ ଦୁଇ ପରିବାର ଘର ପାଖାପାଖି ରହି ଆସୁଥିଲେ। ଦୀର୍ଘଦିନରୁ ଉଭୟ ପରିବାର ମଧ୍ୟରେ ଜମିବାଡି ଭାଗବଣ୍ଟା ପାଇଁ ପାଟିତୁଣ୍ଡ ଲାଗି ରହିଥିଲା। ତେବେ ଘର ବାହାରେ ପ୍ରଥମେ ଗୋପିନାଥ ଏବଂ ପୁତୁରା ଗମେଇଙ୍କ ମଧ୍ୟରେ ଝଗଡା ହୋଇଥିଲା। ଗମେଇ ଉତ୍‌କ୍ଷିପ୍ତ ହୋଇ ଘରୁ ଏକ ଟାଙ୍ଗିଆ ଆଣି ଗୋପିନାଥ ଉପରେ ଆକ୍ରମଣ କରିଥିଲା। ଟାଙ୍ଗିଆ ଚୋଟରେ ଗୋପିନାଥଙ୍କ ମୁଣ୍ତ କ୍ଷତିଗ୍ରସ୍ତ ହେବା ସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମହୁଲପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ବଣାଇଁ ଉପଖଣ୍ତ ଚିକିତ୍ସାଳୟକୁ ପଠାଇଛନ୍ତି। ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ। ହତ୍ୟା ଅଭିଯୁକ୍ତ ଗମେଇ ମୁଣ୍ତାକୁ ପୁଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର