ନିଆଳି: ମା’ର ଶୁଦ୍ଧିକ୍ରିୟା ପାଇଁ ନିଜ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ମାତ୍ର ୫ ହଜାର ଟଙ୍କାରେ ବିକି ଦେଇଛି ବାପା। କଟକ ଜିଲ୍ଲା ନିଆଳି ବଜାରର ମୁଣ୍ଡାସାହିରେ ଏଭଳି ଏକ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ସୂଚନା ଅନୁସାରେ ମୟୂରଭଞ୍ଜ ଅଞ୍ଚଳର ସୁକାନ୍ତ ସିଂହ ନାମକ ଜଣେ ଯୁବକ ୩ ବର୍ଷ ହେବ ଆସି ନିଆଳି ସିନେମା ହଲ୍ ନିକଟ ମୁଣ୍ଡାସାହିରେ ରହୁଥିଲେ। ୨ବର୍ଷ ପୂର୍ବେ ସୁକାନ୍ତଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ୬ଟି ସନ୍ତାନ ଅଛନ୍ତି। ଗତ ୧୨ଦିନ ତଳେ ସୁକାନ୍ତଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା। ମା’ଙ୍କର ଶୁଦ୍ଧିକ୍ରିୟା ପାଇଁ ଟଙ୍କା ଅଭାବ ହେବାରୁ ସେ ନିଜର ଅଢ଼େଇ ବର୍ଷର ସାନପୁଅକୁ ଜଣେ ମହିଳାଙ୍କୁ ବିକି ଦେଇଥିଲେ। ଏହି ଘଟଣାକୁ ଶ୍ରୀ ସିଂହ ନିଜେ ସ୍ବୀକାର ବି କରିଛନ୍ତି। ସୁକାନ୍ତ ସ୍ଥାନୀୟ ଅଞ୍ଚଳରେ ଢଳେଇ କାମ କରି ପେଟ ପୋଷିଥାନ୍ତି। ଅନ୍ୟପଟେ ଏଭଳି ବେଆଇନ ଭାବେ ଶିଶୁ ବିକ୍ରି ଘଟଣାର ଯାଞ୍ଚ କରି ଶିଶୁକୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp