ପୁଅର ଠେଙ୍ଗା ମାଡ଼ରେ ବାପା ମୃତ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଠେଲ୍‌କୋଲୋଇ ଥାନା ଅନ୍ତର୍ଗତ ବୁଧିଆପାଲି ମୁଣ୍ଡାପଡ଼ାରେ ପୁଅର ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ଉକ୍ତ ପଡ଼ାର ଏତୁଆ ମୁଣ୍ଡା (୫୬) ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ମଙ୍ଗଳବାର ସନ୍ଧ୍ୟାରେ ଏତୁଆ ଓ ତାଙ୍କ ପୁଅ ପର୍ଶୁ ମୁଣ୍ଡା (୩୨) ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା।

ଏଥିରେ ଉତ୍ୟକ୍ତ ହୋଇ ପର୍ଶୁ ଏକ ଠେଙ୍ଗାରେ ଏତୁଆଙ୍କୁ ପ୍ରବଳ ମାଡ଼ ମାରିଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଭୋର୍‌ରୁ ତାଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ୍‌ ପର୍ଶୁକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର