ବ୍ୟାସସରୋବର ମହୋତ୍ସବ ଉଦ୍‌ଘାଟିତ

ବ୍ୟାସନଗର: ବ୍ୟାସସରୋବର ମହୋତ୍ସବ ଆଜି ଉଦ୍‌ଘାଟିତ ହୋଇଛି। ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସଭାରେ ମୁଖ୍ୟଅତିଥି ଭାବେ କୋରେଇ ବିଧାୟକ ଅଶୋକ ବଳ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସଂସ୍କୃତି, ପରମ୍ପରା ଓ କିଂବଦନ୍ତିର ପ୍ରତୀକ ହେଉଛି ବ୍ୟାସସରୋବର ବୋଲି ବିଧାୟକ କହିଥିଲେ। ସମ୍ମାନିତ ଅତିଥି ଭାବେ ଏସ୍‌ପି ଭିନିତ  ଅଗ୍ରୱାଲ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ତହସିଲଦାର ଅଶୋକ କୁମାର ମାଝୀ, ଉପାଧ୍ୟକ୍ଷ ସୁବାସ ବଳ, କାର୍ଯ୍ୟକାରୀ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ମଲ୍ଲିକ ଯୋଗଦେଇ ପୌରାଣିକ ପୀଠ ଓ ବ୍ୟାସଦେବଙ୍କ ଉପରେ ବକ୍ତବ୍ୟ ରଖିଥିଲେ।

ମାରାଥନ୍‌ରେ କୃତିତ୍ଵ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଥମ ଦିନରେ କାଉନ୍‌ସିଲର କୁନି ହାଁସଦା, ରଶ୍ମିତା ଖୁଣ୍ଟିଆ, ଅଶୋକ ଦାସ, ରଶ୍ମିତା ରାଉତ, ସରିତା ଜେନା, ସନ୍ତୋଷ ବରାଳ, ବୁଦୁନି ଦରାଇ, ସିଦ୍ଧାର୍ଥ ଶଙ୍କର ସାମଲ, ଶିବାନନ୍ଦ ନାୟକ, ଅନ୍ନପୂର୍ଣ୍ଣା ତରାଇ, ସରୋଜିନୀ ସେଠୀ, ଊର୍ମିଳା ପରିଡ଼ା, ପାର୍ଥସାରଥି ନାୟକ, ଦିଲୀପ ସେଠୀ, ଅଶୋକ ରାଉତ, ରବୀନ୍ଦ୍ର ରାଉତ ଯୋଗଦେଇଥିଲେ। ସକାଳୁ ଶ୍ରଦ୍ଧାଳୁମାନେ ଗୁପ୍ତଗଙ୍ଗା ପାଣି ସିଞ୍ଚନ କରି ରାଘବ ଜିଉ, ବ୍ୟାସଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ। ବିଧବା ମହିଳାମାନେ ତୁଳସୀ ବଣରେ ପିଣ୍ଡଦାନ କରିବା ସହିତ ଭିକ୍ଷୁକଙ୍କୁ ବିରି, ଚାଉଳ ପ୍ରଦାନ କରିଥିଲେ। ନବବିବାହିତ ଦମ୍ପତି ଗୁପ୍ତଗଙ୍ଗାରେ ନୋଳମୁକୁଟ ବିସର୍ଜନ କରିଥିଲେ।

ସମ୍ବନ୍ଧିତ ଖବର