ଭୁବନେଶ୍ବର: ବହୁ ବାଦବିବାଦ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏଥିରେ ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ପାଇଁ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ମୋଟ ୩୦ଟି ଜିଲ୍ଳା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି।
ସେଥିମଧ୍ୟରୁ ୧୫ଟି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ୩ ଅଧକ୍ଷ ପଦ ମହିଳାଙ୍କୁ ମିଳିବ। ଅନୁସୂଚିତ ଜାତିଙ୍କ ପାଇଁ ୫ ଟି ସ୍ଥାନରେ ସଂରକ୍ଷିତ ରଖାଯାଇଛି। ୧୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/4766474c-3f0f-4db3-8f0c-1089c76c6647.jpg)