ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ଚୂଡ଼ାନ୍ତ ରାୟ ଶନିବାର ପ୍ରକାଶ ପାଇବ ବୋଲି ଜଣାଯାଇଛି। ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ ହୋଇଥିବା ଏହି ହତ୍ୟାମାମଲାରେ ପୂର୍ବତନ ବିଧ‌ାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ‌ଟପ୍ପୋଙ୍କୁ ଗତ ଫେବ୍ରୁଆରି ୨୦୨୦ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

Advertisment

ଡ୍ରାଇଭର ବର୍ଦ୍ଧନ ଖଲାସ ହୋଇ ସାରିଥିବା ବେଳେ ରାୟଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ଅନୁପ ସାଏଙ୍କ  ନାମରେ ଥିବା ମାମଲାର ଶୁଣାଣି ସଂପୂର୍ଣ୍ଣ ହୋଇ ରାୟ ପ୍ରକାଶ ପାଇବ। ଏହି ରାୟ ତାଙ୍କ ସପକ୍ଷରେ ଯିବ ନା ଦୋଷୀ ସାବ୍ୟସ୍ତ ହେବ‌େ ସେ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଛି।