ଉତ୍କେଳା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ପର୍ଥଲା ପଞ୍ଚାୟତ ବାହାଦୁରପଦର ଗାଁସ୍ଥିତ ବିରିପୁରା ପାହାଡ଼ରେ ବୁଧବାର ନିଆଁ ଲାଗିଛି। କୌଣସି କାରଣରୁ ଦିନ ପ୍ରାୟ ସାଢ଼େ ୧୦ଟାରେ ନିଆଁ ଲାଗିଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ନିଆଁକୁ କାବୁ କରିବା ପାଇଁ କେସିଙ୍ଗା ବନ ବିଭାଗ ଓ ଦମକଳ ବାହିନୀ ସହ ଯୋଗାଯୋଗ କରିଥିଲେ।
ସଙ୍ଗେ ସଙ୍ଗେ ଦମକଳ ବାହିନୀ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀମାନଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଏତେ ଭୟାବହ ହୋଇଥିଲା ଯେ ଅନେକ ସମୟ ପରେ ନିଆଁ ଆୟତ୍ତ ହୋଇଥିଲା। ଏଥିରେ ଜଙ୍ଗଲର ଗଛ ନଷ୍ଟ ହୋଇଥିବା ଦେଖାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/11-4.jpg)