ରାଉରକେଲା: ମାଟ୍ରିକ୍‌ର ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନର ଇଂରାଜୀ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କରୋନା ମହାମାରୀ ହଟିବା ପରେ ପୁଣି ଥରେ ପରୀକ୍ଷା ଦେଇଥବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‌ ଖୁସି ପରିଲକ୍ଷିତ ହୋଇଥିଲା। ଜିଲ୍ଳାରେ ପାରଦ ୪୨ ଡିଗ୍ରୀ ଉପରେ ରହିଥିବାରୁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରୀକ୍ଷା ଆରମ୍ଭ ହେବା ଠାରୁ ଶେଷ ହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଉପରେ ପ୍ରତ୍ୟେକ କେନ୍ଦ୍ର ଦାୟିତ୍ବରେ ଥିବା ଅଧିକାରୀମାନେ କଡା ନଜର ରଖିଛନ୍ତି।

Advertisment

ରେଗୁରାଲ ଓ ଏକ୍ସରେଗୁରାଲ ପରୀକ୍ଷା ଆସନ୍ତା ଆସନ୍ତା ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସୁନ୍ଦରଗଡ଼ ଜିଲ୍ଲାରେ ରେରୁରାଲ ଓ ଏକ୍ସରେଗୁରାଲ ମୋଟ ୨୫ ହଜାର ୫୩୦ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ପ୍ରଥମଦିନରେ ପରୀକ୍ଷା ଦେଇଛନ୍ତି ୨୩ ହଜାର ୮୩୮ ଛାତ୍ରଛାତ୍ରୀ। ମୋଟ ଏକ ହଜାର ୬୯୪ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ରେଗୁରାଲରେ ୨୩ ହଜାର ୫୫୩, ମଧ୍ୟମାରେ ୨୧ ଓ ଏସ୍‌ଓଏସ୍‌ସିରେ ୨୬୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ରେଗୁରାଲ ଓ ଏକ୍ସରେଗୁରାଲ ଛାତ୍ରଛାତ୍ରୀଙ୍କ ପାଇଁ ମୋଟ ୧୨୦ଟି, ମଧ୍ୟମା ପାଇଁ ଗୋଟିଏ ଓ ଏସ୍‌ଓଏସ୍‌ସି ପାଇଁ ୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ୧୨୦ ପରୀକ୍ଷା କେନ୍ଦ୍ରରେ ୪୦୦ ସ୍କୁଲର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଜିଲ୍ଲାରେ ମୋଟ ୨୦ଟି ନୋଡାଲ ସେଣ୍ଟର କରାଯାଇଛି। ‌

ହେମଗିରି, ଲେଫ୍ରିପଡା, ଟାଙ୍ଗରପାଲି ବ୍ଲକରେ ୬ଟି ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି। ସୁନ୍ଦରଗଡ଼ ରେ ୯ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲାବେଳେ ସବ୍‌ଡେଗାରେ ୫ଟି, ବାଲିଶଙ୍କରାରେ ୪ଟି, ବଡଗାଁ ଓ କୁତ୍ରାରେ ୬ଟି ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି। ସେମିତି ରାଜଗାଙ୍ଗପୁର ବ୍ଲକରେ ୯ଟି କେନ୍ଦ୍ର କରାଯାଇଥିବାବେଳେ ବିଶ୍ରାରେ ୬ଟି, ବିଶ୍ରା ବ୍ଲକ ଅନ୍ତର୍ଗତ ପାନପୋଷ ସବ୍‌ଡିଭିଜନ୍‌ରେ ସର୍ବାଧିକ ୧୪ଟି, ପାନପୋଷ ସବ୍‌ଡିଭିଜନ ଅନ୍ତର୍ଗତ ବିଶ୍ରା ବ୍ଲକରେ ଯଥାକ୍ରମେ ୫ ଓ ୭ଟି କେନ୍ଦ୍ର କରାଯାଇଛି। କୁଆରମୁଣ୍ଡା ବ୍ଲକରେ ୫ଟି କେନ୍ଦ୍ର ହୋଇଥିଲାବେଳେ ନୂଆଗାଁ, ବଣାଇଁଗଡ, ଲହୁଣିପଡା ପଡାରେ ୬ଟି ଲେଖାଏଁ ପରୀକ୍ଷା କେନ୍ଦ୍ର ହୋଇଛି। ଗୁରୁଣ୍ଡିଆରେ ୩ଟି, କୋଇଡା ବ୍ଲକରେ ୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି।