ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ଚଳିତ ୨୦୨୨ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଓ ଦୌରା ଜଜ୍‌ ତଥା ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଅଧ୍ୟକ୍ଷ ଦୀପ୍ତି ରଞ୍ଜନ କାନୁନଗୋ ଓ ସଚିବ ଶିତିକଣ୍ଠ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୪୩ଟି ପ୍ରାକ୍‌ ମକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ୮ ଲକ୍ଷ ୯୬ ହଜାର ଟଙ୍କା ଆଦାୟ କରାଯାଇଥିଲା। ୧୭ଟି ମଟର ଦୁର୍ଘଟଣାଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୯୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

Advertisment

ସେହିଭଳି ଦେୱାନୀ ଓ ଫୌଜଦାରୀ ମକଦ୍ଦମାର ଫଇସଲା କରିବା ସହିତ ଏନଆଇଆକ୍ଟ କେସ (ଦଫା ୧୩୮)ରେ ୮ଟି କେସ ଫଇସଲା କରାଯାଇ ୩ ଲକ୍ଷ ୬୫ ହଜାର ଟଙ୍କା ଆଦାୟ କରାଯାଇଥିଲା। ଲୋକ ଅଦାଲତରେ ଜିଲ୍ଲା ଜଜ୍‌ ତଥା ସଦସ୍ୟ ପ୍ରଥମ ମଟର ଯାନ ଦୁର୍ଘଟଣା ନ୍ୟାୟଧୀକାରୀ ଦୀପ୍ତି ରଞ୍ଜନ କାନୁନଗୋ, ପରିବାର ଅଦାଲତ ଜଜ୍‌ ଲଳିତ କୁମାର ଦାସ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ କଳାହାଣ୍ଡି ଶିତିକଣ୍ଠ ପ୍ରଧାନ, ସିନିଆର ସିଭିଲ ଜଜ୍‌ ଚିନ୍ମୟୀ ପଣ୍ଡା, ଉପଖଣ୍ଡ ବିଚାର ବିଭାଗ ମାଜିଷ୍ଟ୍ରେଟ ଅନୁଶ୍ରୁତି ଚୌଧୁରୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଲୋଫର ଓ ରିତିକା ଗର୍ଗ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ। ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ୍‌ ସୁବ୍ରତ କୁମାର ପଟ୍ଟନାୟକ, ଆଢକ ଅତିରିକ୍ତ ଜିଲ୍ଲା ଜଜ (ପୋ‌େକ୍ସା) ଯଦୁମଣି ମିଶ୍ର ଉପସ୍ଥିତ ଥିଲେ। ଏହି ଅଦାଲତକୁ ପରିଚାଳନାରେ ସିଭିଲ କୋର୍ଟ ରେଜିଷ୍ଟାର ସନ୍ତୋଷ କୁମାର ମହାପାତ୍ର ଓ କୋର୍ଟ ମ୍ୟାନେଜର ଦେବାନନ୍ଦ କୁମାର ପଣ୍ଡା ସହଯୋଗ କରିଥିଲେ।