ଭୁବନେଶ୍ବର: ରଥଯାତ୍ରା ଅବସରରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ‘ଚାରିଧାମ-ଏ ଜର୍ଣ୍ଣି ୱିଦିନ୍’ର ପ୍ରଥମ ପୋଷ୍ଟର। ଆସନ୍ତା ଦୁର୍ଗାପୂଜାରେ ଚଳଚ୍ଚିତ୍ରଟି ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ବୋଲି ନିର୍ମାତାମାନେ କହିଛନ୍ତି। ଏହି ଚଳଚ୍ଚିତ୍ରରେ ଅନୁଭବଙ୍କ ସହିତ ନଜର ଆସିବେ ଅଭିନେତ୍ରୀ ଅନୁରାଧା ପାଣିଗ୍ରାହୀ, ମମତା ତ୍ରିପାଠୀ, ସୁକାନ୍ତ ରଥ, ଆଶିଷ କୁମାର ଦାସ (ଗୁଲୁଆ), ପ୍ରଦ୍ୟୁମ୍ନ ଲେଙ୍କା ଓ ଅନ୍ୟ ଲୋକପ୍ରିୟ କଳାକାର। କ୍ୟାମେରା କୁଇନ ପ୍ରଡକ୍ସନର ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ହିମାଦ୍ରି ତନୟ ଦାସ।
ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଅଖିଳ ରାଉତରାୟ ଓ ସଂଳାପ ଲେଖିଛନ୍ତି କୁମାରଶ୍ରୀ ସାହୁ। ବୈଦ୍ୟନାଥ ଦାଶ ଓ ସୋମେଶ ଶତପଥୀ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଚଳଚ୍ଚିତ୍ରର ନୃତ୍ୟ ସଂଯୋଜନା କରିଛନ୍ତି ଗିରିଶ ମହାନ୍ତି। ଡିଓପି ସୁବ୍ରତ ଖାଟୋଇ ଓ ଚିତ୍ରନାଟ୍ୟ ଦେଇଛନ୍ତି ସୁରେଶ ପଟ୍ଟନାୟକ। ପୋଷ୍ଟରରେ ଭାରତର ଚାରିଧାମର ଫଟୋ ସ୍ଥାନ ପାଇଥିବା ବେଳେ ଏହାର ଟ୍ୟାଗଲାଇନ୍ ଦର୍ଶକଙ୍କ ମନକୁ ଛୁଇଁଛି। ଏହି ଚଳଚ୍ଚିତ୍ରର ସୁଟିଂ ଓଡ଼ିଶା ସହ ଭାରତର ଅନ୍ୟ ରାଜ୍ୟରେ ମଧ୍ୟ ହୋଇଛି।