ପୁରୀ: ଚଳିତବର୍ଷ ପ୍ରଥମ ପର୍ଯ୍ୟାୟ ରଥକାଠ ଆଜି ରାତିରେ ପୁରୀ ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ଦଶପଲ୍ଲା ବନାଞ୍ଚଳରୁ ୧୦୨ ଖଣ୍ଡ ରଥକାଠ ଆସିଛି। ଯେଉଁଥିରେ ୫୦ ଖଣ୍ଡ ଅସନ ଓ ୫୨ ଖଣ୍ଡ ଧଉରା କାଠ ରହିଛି ବୋଲି ଶ୍ରୀମନ୍ଦିରର ବରିଷ୍ଠ ରଥ ତତ୍ତ୍ବବଧାରକ ସୁଦର୍ଶନ ମେକାପ କହିଛନ୍ତି। ଶ୍ରୀ ମେକାପ କହିଛନ୍ତି, ରଥଯାତ୍ରା ପାଇଁ ୮୬୫ ଖଣ୍ଡ ରଥକାଠ ଆବଶ୍ୟକ ଥିବାବେଳେ ଗତବର୍ଷର ୫୩ ଖଣ୍ଡ କାଠ ବଳି ପଡ଼ିଥିଲା। ଏଣୁ ଚଳିତବର୍ଷ ରଥଯାତ୍ରା ପାଇଁ ୮୧୨ ଖଣ୍ଡ ରଥ କାଠ ଆସିବ। ଆସନ୍ତା ୧୪ ତାରିଖ ବସନ୍ତ ପଞ୍ଚମୀ ସରସ୍ବତୀ ପୂଜାରେ ରଥକାଠ ଅନୁକୂଳ ପର୍ବ ରହିଛି। ଏହି ଦିନ ୩ଟି ଧଉରା କାଠ ବିଧିପୂର୍ବକ ପୂଜାର୍ଚ୍ଚନା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପରେ ପର୍ଯ୍ୟାୟକ୍ରମେ ଆବଶ୍ୟକ କାଠ ପୁରୀକୁ ଆସିବ ବୋଲି ଶ୍ରୀ ମେକାପ କହିଛନ୍ତି।
ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ
/sambad/media/post_attachments/wp-content/uploads/2024/02/hgdggjdgjdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)