ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ତିଖାଲି ଡ୍ୟାମ ତାର ପ୍ରଥମ ବନ୍ୟାଜଳ ସୁନ୍ଦର ନଦୀରେ ଛାଡ଼ିଛି। ବୁଧବାର ଦିନ ୧ଟାରେ ପୂଜାର୍ଚ୍ଚନା ପରେ ପ୍ରକଳ୍ପର ୯ଟି ଗେଟ୍ ମଧ୍ୟରୁ ଦୁଇଟି ଗେଟ୍‌ ଖୋଲାଯାଇ ବନ୍ୟାଜଳ ଛଡ଼ାଯାଇଛି। ତିଖାଲି ଡ୍ୟାମରେ ୩୧୪.୨୫୨ ଏମ୍‌ସିୟୁଏମ୍‌ ଜଳ ଧାରଣ କ୍ଷମତା ଥିବାବେଳେ ଲଗାଣ ବର୍ଷା ଯୋଗୁଁ ଉପର ମୁଣ୍ଡରୁ ପ୍ରକଳ୍ପକୁ ୩୦୦ କ୍ୟୁମାକ୍ସ ଜଳ ପ୍ରବେଶ କରୁଛି। ବର୍ତ୍ତମାନ ପ୍ରକଳ୍ପର ୨ଟି ଗେଟ୍‌ ଖୋଲାଯିବା ପରେ ୨୫୦ କ୍ୟୁମାକ୍ସ ଜଳ ନିର୍ଗତ ହେଉଛି। ପ୍ରକଳ୍ପର ତଳି ଅଞ୍ଚଳରେ ଥିବା ଗାଁ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି। ଲଗାଣ ବର୍ଷା ଜାରି ରହିଲେ ଆଗକୁ ଡ୍ୟାମର ଅନ୍ୟ ଗେଟ୍ ଗୁଡ଼ିକ ମଧ୍ୟ ଖୋଲାଯିବ ବୋଲି ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ଯୁଗଳ କିଶୋର ଖଟୁଆ ସୂଚନା ଦେଇଛନ୍ତି। ଆଜି ଗେଟ୍‌ ଖୋଲାଯିବା ସମୟରେ ଲୋୟର ଇନ୍ଦ୍ର ଡ୍ୟାମର ଅନ୍ୟ ଅଧିକାରୀ କେନାଲ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକ, ଏସ୍‌ଡିଓ ହେମ କୁମାର ନାଏକ, କନିଷ୍ଠ ଯନ୍ତ୍ରୀ ଜୁରିଲାଲ ଲୁହାରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Advertisment