ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଏବଂ ଡୁଙ୍ଗୁରିପାଲି ହେଉଛି ଏ ଅଞ୍ଚଳର ଭାତହାଣ୍ଡି। ତେବେ, ମହାନଦୀରେ ଜଳପ୍ରବାହ କମିଥିବାରୁ ଏହାର ସିଧାସଳଖ ପ୍ରଭାବ ଏହି ଭାତହାଣ୍ଡିରେ ପଡ଼ିବାକୁ ଯାଉଛି। ଛତିଶଗଡ଼ରେ ମହାନଦୀ ଉପରେ ଏକାଧିକ ବ୍ୟାରେଜ ନିର୍ମାଣ ଯୋଗୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଗକୁ ଏହା ସଙ୍ଗିନ ହେବ ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ଛତିଶଗଡ଼ରେ ମହାନଦୀ ଉପରେ ଏକାଧିକ ବ୍ୟାରେଜ ନିର୍ମାଣ ଯୋଗୁ ଜଳପ୍ରବାହ କମି ରବିଚାଷ ପ୍ରଭାବିତ ହେଉଛି। ଗତ ୫ ବର୍ଷ ଧରି ଏହା ସୁବର୍ଣ୍ଣପୁର ଦେଇ ଯାଇଥିବା ମହାନଦୀରେ ପ୍ରତିଫଳିତ ହେଉଛି। ଏବେ ମହାନଦୀରେ ମାତ୍ର ଦୁଇ ତିନିଟି ଧାରରେ ପାଣି ପ୍ରବାହିତ ହେଉଛି। ମହାନଦୀରେ ଜଳପ୍ରବାହ କମୁଥିବାରୁ ରବି ଚାଷ ପାଇଁ ଉଠା ଜଳସେଚନ ପର୍ଯ୍ୟାପ୍ତ ହେଉନାହିଁ। ଫଳରେ, ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେଉନାହିଁ।
/sambad/media/post_attachments/wp-content/uploads/2022/05/mahanadi-water2-750x419.jpg)
କେବଳ ମହାନଦୀ କମାଣ୍ଡ ଅଞ୍ଚଳର ବିନିକା ଏବଂ ଡୁଙ୍ଗୁରିପାଲି ବ୍ଲକରେ ରବି ଚାଷ ଅଧିକ ପରିମାଣରେ ହେଉଥିବାବେଳେ ଅନ୍ୟ ୪ଟି ବ୍ଲକ୍ ସୋନପୁର, ତରଭା, ଉଲୁଣ୍ଡା, ବୀରମହାରାଜପୁରରେ ଯାହାକିଛି ଉଠା ଜଳସେଚନ ମାଧ୍ୟମରେ ରବି ଚାଷ ହେଉଛି। ଜିଲ୍ଳାଦେଇ ମହାନଦୀ ୧୦୦ କିଲୋମିଟର ଲମ୍ବିଛି। ତଥାପି ଖରାଦିନେ ଜଳପ୍ରବାହ କମୁଥିବାରୁ ଚାଷୀମାନେ ଚାଷ କାର୍ଯ୍ୟ କରି ପାରୁନାହାନ୍ତି।
ଅନ୍ୟପକ୍ଷରେ, ଜଳପ୍ରବାହ କମିବା ମତ୍ସ୍ୟଜୀବୀଙ୍କୁ ମଧ୍ୟ ପ୍ରଭାବିତ କରିଛି। ନିକଟରେ ଖଇରମାଲଠାରେ ବ୍ୟାରେଜ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ବ୍ୟାରେଜ ନିର୍ମାଣ ହେଲେ ସୋନପୁରରେ ଜଳସଙ୍କଟ ଦୂରହେବା ସାଙ୍ଗକୁ ଚାଷକାର୍ଯ୍ୟ ବୃଦ୍ଧି ପାଇବ। ତେବେ, ଛତିଶଗଡ଼ ଭଳି ସୁବର୍ଣ୍ଣପୁର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ମହାନଦୀରେ ମଧ୍ୟ ଛୋଟ ଛୋଟ ଆନିକଟ ଦ୍ବାରା ଜଳ ସରଂକ୍ଷଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/mahanadi-sonepur.jpg)