ବରଗଡ଼ : ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିନଥିବା ବିଜେପି ବିରୋଧରେ କଡ଼ା ଟିପ୍ପଣୀ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସନ ପ୍ରସନ୍ନ ଆଚାର୍ଯ୍ୟ। ଫୁଲ ଦଳ ‘ଏପ୍ରିଲ୍ ଫୁଲ’ କଲା ବୋଲି କହିଛନ୍ତି।
ସାଂସଦ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ବୀମା ପାଇଁ ଚାଷୀମାନେ ଆନ୍ଦୋଳନ କରିବା ଯଥାର୍ଥ। କିନ୍ତୁ, ଚାଷୀଙ୍କୁ ଭୁଆଁ ବୁଲାଇ ବିଜେପି ‘ଚୋର୍ ମଚାଏ ସୋର୍’ ଭଳି ଆଚରଣ କରୁଛି। କାରଣ ପ୍ରଧାନମନ୍ତ୍ରୀ ଫସଲ ବୀମା କେବଳ କେନ୍ଦ୍ର ସରକାରଙ୍କ ଯୋଜନା ବୋଲି ସମସ୍ତଙ୍କୁ ଜଣା। ଚାଷୀ ବି ଜାଣିଛନ୍ତି। ବୀମା ପାଇଁ ରାଜ୍ୟ ସରକାର ନିଜ ଭାଗର ପ୍ରିମିୟମ ଢେର୍ ପୂର୍ବରୁ ଦାଖଲ କରିଛନ୍ତି। ଏହାବାଦ୍ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଛନ୍ତି ଏବଂ ଚିଠି ଜରିଆରେ ଚାଷୀଙ୍କୁ ଫସଲ ବୀମା ତୁରନ୍ତ ଦେବାକୁ ଦାବି କରିଛନ୍ତି। ଏସବୁ ପରେ ବିଜେପି ଅଯଥାରେ ବିଜେଡି ଉପରେ ଦୋଷ ଲଦିବା ହାସ୍ୟାସ୍ପଦ।ଫସଲ ବୀମା ପ୍ରକ୍ରିୟା ଲୁଚାଛପା ନୁହଁ। କିଏ କେଉଁ ଦାୟିତ୍ବ ତୁଲାଇବ ଓ ଦାୟିତ୍ବ ନେବ, ତା’ର ନୀତିନିୟମ ରହିଛି। କିନ୍ତୁ, କେନ୍ଦ୍ର ସରକାର କେବଳ ନିର୍ବାଚନ ଲଢ଼ିବା ନିଶାରେ ଏସବୁ ନୀତିନିୟମକୁ ଅଣଦେଖା କରି କେବଳ ରାଜ୍ୟ ସରକାର ଉପରେ ଦୋଷ ଲଦୁଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ଯଦି ବିଜେପି ସରକାର ପଦ୍ମପୁରବାସୀଙ୍କ ହିତ ଚିନ୍ତା କରୁଛି, ବରଗଡ଼-ନୂଆପଡ଼ା-ରାୟପୁର ରେଳପଥ କୁଆଡ଼େ ଗଲା ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। ଦଶନ୍ଧି ଦଶନ୍ଧି ହେଲା ଏହି ପ୍ରକଳ୍ପ ପାଇଁ ବିଜେଡି ଦାବି ରଖି ଆସିଛି। କିନ୍ତୁ, କେନ୍ଦ୍ର ସରକାର ଏହି ପ୍ରକଳ୍ପ ନେଇ ଏଯାଏଁ କିଛି ପଦକ୍ଷେପ ନେଇ ନାହାନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/prasanna-acharya.jpg)