ଦିଗପହଣ୍ଡି: ଗଂଜାମ ଜିଲ୍ଲାର ଚିକିଟି ପରେ ଏବେ ଦିଗପହଣ୍ଡି ରେଞ୍ଜ ଅଧୀନସ୍ଥ କେରାଣ୍ଡିମାଳ ପର୍ବତ ପାଦଦେଶରେ ମହାବଳର ପାଦଚିହ୍ନ ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ବାଘ ଚିକିଟି ବାଳକୁମାରୀ ପାହାଡ଼ ପାର୍ଶ୍ବ ଜଙ୍ଗଲରୁ ତା’ର ସ୍ଥାନ ପରିବର୍ତ୍ତନ କରି କେରାଣ୍ଡିମାଳ ଜଙ୍ଗଲ ଇଲାକାରେ ପ୍ରବେଶ କରିଛି। ଏହା ଉପରେ ବନ ବିଭାଗ ନଜର ରଖିଛି।
ଦିଗପହଣ୍ଡି ରେଞ୍ଜ ଅଧୀନସ୍ଥ ଜକର ଓ କରପଡ଼ା ପଞ୍ଚାୟତର ସୀମାନ୍ତ ଇଲାକା ଭଣ୍ଡାରୀ ଶଙ୍ଖ ନାଳରେ ବାଘର ପାଦଚିହ୍ନ ରହିଥିବା ନେଇ କିଛି ଲୋକେ ଦେଖିଥିଲେ। ଫଳରେ ସେମାନେ ବନ ବିଭାଗକୁ ଖବର କରିଥିଲେ। ଦିଗପହଣ୍ଡି ରେଞ୍ଜର୍ ଦିବ୍ୟରଂଜନ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ। ଯାଞ୍ଚ ପରେ ତାହା ବାଘର ପାଦଚିହ୍ନ ବୋଲି ଜଣାପଡ଼ିଥିଲା।
କେରାଣ୍ଡିମାଳ ପାଦଦେଶରେ ରହିଥିବା ଏହି ଶଙ୍ଖ ଦେଇ ବାଘ ଜଙ୍ଗଲ ଆଡ଼କୁ ଯାଇଥିବା ଅନୁମାନ କରାଯାଉଛି। ଏଣୁ କେରାଣ୍ଡିମାଳ ପାଦଦେଶରେ ରହିଥିବା ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ଜକର, କରପଡ଼ା, ବମକୋଇ ଓ ଗଡ଼ଗୋବିନ୍ଦପୁର ପଞ୍ଚାୟତବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହି ପଞ୍ଚାୟତର ପଶୁ ପାଳକମାନଙ୍କୁ ସଚେତନ କରି ସଜାଗ ରହିବାକୁ ଜକର ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/11/XaE0zRAReVS7jviTvkd7.jpeg)