ବନ ବିଭାଗ ଧରିଲା, ରାଜସ୍ବ ବିଭାଗ ଛାଡ଼ିଲା

ଘଟଗାଁ : ଘଟଗାଁ ବନଉପଖଣ୍ତ ବିଭାଗର ରେଂଜ ଅଫିସର ଗତ ୦୫/୦୯/୨୦୨୨ ରାତିରେ ଘଟଗାଁ ତହସିଲ ଅଫିସ ଠାରୁ ଅନତି ଦୂରରେ ଅଟେଇ ଜଙ୍ଗଲ ମଧ୍ୟରୁ ପୋକଲିନ ଲଗାଇ ଟ୍ରାକ୍ଟର ସାହାଯ୍ୟରେ ମୋରମ ଚାଲାଣ କରୁଥିବା ବେଳେ ଏହାକୁ ବନ ବିଭାଗ ଜବତ କରିଛି।

ଜାଗାଟି ସଂରକ୍ଷିତ ଜଙ୍ଗଲରେ ଯାଉ ନଥିବା ବେଳେ ଏହା ଗୋଚର ଜମି। ଏ ସମ୍ପର୍କରେ ଘଟଗାଁ ତହସିଲଦାର ଜନକ ନାଏକଙ୍କୁ ଜଣାଇବା ପରେ ପୋକଲିନ ମାଲିକ ପ୍ରଶାନ୍ତ କୁମାର ସାମଲଙ୍କୁ ୭ ହଜାର ଟଙ୍କା ଜରିମାନା ଆଦାୟ କରିବା ସହ ଟ୍ରାକ୍ଟର ମାଲିକ ପୂର୍ଣ୍ଣଚନ୍ଦ୍ର ଘଣାଙ୍କ ୧୦ହଜାର ଟଙ୍କା ଜରିମାନା ଆଦାୟକରି ଛାଡିଦେଇଛନ୍ତି।

ସମ୍ବନ୍ଧିତ ଖବର