ବଡ଼ସାହି: ବଡ଼ସାହି ଥାନା ଅନ୍ତର୍ଗତ ଶିମିଳିପାଳ ପାଦଦେଶରେ ଥିବା ଚନ୍ଦନଚତୁରୀଠାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ୨ଜଣ ଶିକାରୀଙ୍କୁ ଧରିଛନ୍ତି ପିଠାବଟା ରେଞ୍ଜ କର୍ମଚାରୀ। ଅଭିଯୁକ୍ତ ଦ୍ବୟ ହେଲେ ଚନ୍ଦନଚତୁରୀ ଗ୍ରାମର ରୁହ୍ୟା ସିଂ(୩୭) ଓ ଶ୍ୟାମ ସିଂ(୨୩)। ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୧୦୫ଟି ଅଫୁଟା ଗୁଳି, ୧୬ଟି ସାଇକେଲ ବଲ୍, ୫୦୦ ଗ୍ରାମ୍ ଗନ୍ ପାଉଡ ଜବତ କରାଯାଇଛି।
ଉଭୟଙ୍କୁ ରେଞ୍ଜ ଅଫିସକୁ ନେଇ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରାଯାଇଛି। ରେଞ୍ଜ ଅଧିକାରୀ ଜ୍ୟୋତିରଂଜନ ସେନାପତିଙ୍କ ଅଭିଯୋଗ କ୍ରମେ ବଡ଼ସାହି ଥାନାରେ ଏ ନେଇ କେସ୍ ନଂ ୧୫୩/୨୨ରେ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/24-8.jpg)