ମଧୁର ମାଛରେ ଫର୍ମାଲିନ୍ ମିଶିବାର ସମ୍ଭାବନା ନାହିଁ : ମତ୍ସ୍ୟ ଓ ପଶୁସଂପଦ ବିଭାଗ

ଭୁବନେଶ୍ୱର : ଆନ୍ଧ୍ରରୁ ଆସୁଥିବା ମାଛରେ ଫର୍ମାଲିନ୍ ମିଶୁଥିବା ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ବଜାରରୁ ମାଛ ସଂଗ୍ରହ କରି ପରୀକ୍ଷା ଲାଗି ପଠାଇଥିଲେ। ଦେଶର ବିଭିନ୍ନ ପରୀକ୍ଷାଗାରରେ ମାଛର ନମୂନା ପରୀକ୍ଷା ପରେ ମାଛରେ ଫର୍ମାଲିନ ମିଶିନାହିଁ ବୋଲି ସ୍ପଷ୍ଟ କରିଛି ମତ୍ସ୍ୟ ଓ ପଶୁସଂପଦ ବିଭାଗ । ମାଛରେ ଫର୍ମାଲିନ ମିଶିବା ନେଇ ଅଭିଯୋଗ ମିଳିବା ପରେ ମାଛର ନମୂନା ସଂଗ୍ରହ କରି ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷାରୁ କୌଣସି ମାଛରେ ଫର୍ମାଲିନ ମିଶିବାର ପ୍ରମାଣ ନାହିଁ ବୋଲି ରିପୋର୍ଟ ଆସିଛି । କେବଳ ଗୋଟିଏ ଶ୍ରେଣୀର ଚାନ୍ଦି ମାଛରେ ଫର୍ମାଲିନ ମିଶିଥିଲା ବୋଲି ଜଣାପଡ଼ିଛି।

ମାଛରେ ଫର୍ମାଲିନ ମିଶିବା ଅଭିଯୋଗ ପରେ ବିଭିନ୍ନ ସ୍ଥାନରୁ ମାଛ ନମୂନା ସଂଗ୍ରହ କରି ଗବେଷଣା ସଂସ୍ଥା ସିଫରୀ, ବାରକୁପୁର ଓ କୋଚି ସ୍ଥିତ ପରୀକ୍ଷାଗାରକୁ ପଠାଯାଇଥିଲା । ମାଛରେ ଫର୍ମାଲିନ ମିଶି ନଥିବା ନେଇ ରିପୋର୍ଟ ଆସିଛି । ମଧୁର ମାଛରେ ଫର୍ମାଲିନ ମିଶବାର ସମ୍ଭାବନା ନାହିଁ । ଆଗକୁ ବଜାରକୁ ଯେପରି ଫର୍ମାଲିନ ମିଶା ମାଛ ନ ଆସେ ସେ ନେଇ ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ମତ୍ସ ଓ ପଶୁ ସଂପଦ ବିଭାଗ କହିଛି ।ଏହା ବ୍ୟତୀତ ମାଛ ବ୍ୟବସାୟୀଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

News Nation

ମାଛରେ ଫର୍ମାଲିନ ମିଶିଥିବା ନେଇ ଅଭିଯୋଗ ଆସିବା ପରେ ଆଜି ରାଉରକେଲା, ବ୍ରହ୍ମପୁର ଓ କଟକରେ ବିଭିନ୍ନ ମାଛ ଦୋକାନ ଉପରେ ଚଢଉ ହୋଇଛି । ରାଉରକେଲା, ବ୍ରହ୍ମପୁରରେ ଏବଂ କଟକରେ ମତ୍ସ୍ୟ ବିଭାଗ ପକ୍ଷରୁ ଏହି ଚଢଉ ହୋଇଛି । ଚଢଉ ସମୟରେ କେତେକ ମାଛକୁ ଜବତ କରାଯାଇଛି । ସେଥିରେ ଫର୍ମାଲିନ ମିଶିଛି କି ନାହିଁ ସେ ନେଇ ପରୀକ୍ଷା ନିରୀକ୍ଷା କରାଯାଉଛି । ଆନ୍ଧ୍ର ମାଛରେ ଫର୍ମାଲିନ ମିଶିଥିବା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ମାଛ ବ୍ୟବସାୟୀଙ୍କ ଉପରେ କଡା ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ଜିଲ୍ଲାରେ ଏକ ଟିମ୍ ଗଠନ କରକି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର