୮୪ ବର୍ଷରେ ବି ସାଇକେଲକୁ ସାଥୀ କରିଛନ୍ତି ପୂର୍ବତନ ବିଧାୟକ

ତିହିଡି: ବୟସ ଆସି ୮୪ ହେଲାଣି, ତଥାପି ହାର୍‌ ମାନିନାହାନ୍ତି। ଏ ବୟସରେ ବି ସାଇକେଲକୁ ସାଥୀ କରିଛନ୍ତି ଚାନ୍ଦବାଲି ନିର୍ବାଚନମଣ୍ତଳୀର ପୂର୍ବତନ ବିଧାୟକ ଗଙ୍ଗାଧର ଦାସ। ପ୍ରତିଦିନ ସକାଳେ ଖବରକାଗଜ ପଢ଼ିବା ପାଇଁ ସାଇକେଲ ଚଢ଼ି ନିଜ ଗ୍ରାମ କାଁପଡ଼ା ପଞ୍ଚାୟତର ଉତ୍ତରପାରିରୁ ୬ କିମି ଦୂର ତିହିଡି ବଜାରକୁ ଆସୁଛନ୍ତି। ବଜାରରେ ପହଞ୍ଚିବା ପରେ ଆଗ ସେ ବିଭିନ୍ନ ଖବରକାଗଜ ପଢ଼ିଥା’ନ୍ତି। ପରେ ଘର ପାଇଁ ଆବଶ୍ୟକ ମୁତାବକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣି ଫେରନ୍ତି। ପୁଣି ଅପରାହ୍ନ ୪ଟା ବାଜିଲେ ସାଇକେଲ ଧରି ହାଜର ହୋଇଥା’ନ୍ତି ତିହିଡ଼ି ବଜାରରେ।

୮୪ ବର୍ଷରେ ବେଶ ଚଳଚଞ୍ଚଳ ଥିବା ଶ୍ରୀ ଦାସ ଶିକ୍ଷକତା ଛାଡ଼ି ସକ୍ରିୟ ରାଜନୀତିକୁ ଆସିଥିବା ବେଳେ ଦୁଇଥର ବିଧାୟକ ହୋଇଥିଲେ। ୧୯୭୧ ମସିହାରେ ସେ ଚାନ୍ଦବାଲି (ସ˚ରକ୍ଷିତ) ଆସନରୁ କ˚ଗ୍ରେସ ଦଳରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ପୁଣି ୧୯୭୭ ମସିହାରେ ଜନତାଦଳ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ତାଙ୍କ ସମୟରେ ଦଶମୌଜା କେନାଲ ଖନନ, କାଁପଡ଼ାରେ ମଧ୍ୟଇ˚ରାଜୀ ଓ ଉଚ୍ଚଇ˚ରାଜୀ ବିଦ୍ୟାଳୟ, ତିହିଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ତିହିଡି ମହାବିଦ୍ୟାଳୟ ପ୍ରତିଷ୍ଠା ସ‌ମେତ ଗଦି-ପଞ୍ଚୁଟିକ୍ରି ରାସ୍ତାର ଉନ୍ନତୀକରଣ ହୋଇଥିଲା।। ଶ୍ରୀ ସତ୍ୟସାଇ ବାବାଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ରୀ ଦାସ ପରିଣତ ବୟସରେ ବି ସମାଜସେବାରେ ସକ୍ରିୟ ଅଛନ୍ତି। ‘ସମ୍ବାଦ’ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଛି।

ସମ୍ବନ୍ଧିତ ଖବର