ପୂର୍ବତନ ବିଧାୟକ ବିଜେଡ଼ିର ଜିଲ୍ଲା ପରିଷଦ ପ୍ରାର୍ଥୀ ହେଲେ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା ଆଜି ବିଜେଡ଼ି ରୁ ବନ୍ତ ଜୋନ୍ ରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶ୍ରୀ ଜେନା 1991 ମସିହାରେ ବିଜୁ ପଟ୍ଟନାୟକଙ୍କ ସରକାରରେ ଉପ ନିର୍ବାଚନରେ ଜନତା ଦଳ ରୁ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ରୁ ପାର୍ଥି ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ବିଜେଡ଼ି ଦଳର ଜଣେ ଶୃଙ୍ଖଳିତ ନେତା ଭାବେ କାର୍ଯ୍ୟ କରୁଥିଲେ। ଗତ ୨୦୨୨ ସାଧାରଣ ନିର୍ବାଚନରେ ବିଜେଡ଼ିର ବରିଷ୍ଠ ନେତା ସାଂସଦ ଅର୍ଜୁନ ଚରଣ ସେଠୀ ଦଳୀୟ ଟିକଟ ନପାଇବାରୁ ସେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଶ୍ରୀ ସେଠୀଙ୍କ ସହ ଶ୍ରୀ ଜେନା ମଧ୍ୟ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ପରେ ଶ୍ରୀ ଜେନା ବିଜେଡ଼ି କୁ ଫେରି ଆସିଥିଲେ। ଆଜି ସେ ବିଜେଡ଼ି ଦଳରୁ ବନ୍ତ ଜୋନ୍ ରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର