ରାଉରକେଲା: ଆସନ୍ତା ୧୬ରେ ବିଜୁ ପଟ୍ଟନାୟକ ବୈଷୟକ ବିଶ୍ବବିଦ୍ୟାଳୟ (ବିପିୟୁଟି) ପରିସରରେ ଶିଳାନ୍ୟାସ ହେବ ଦେଶର ସର୍ବବହୃତ୍ତ ହକି ଷ୍ଟାଡିୟମ। ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି। ବିପିୟୁଟି ପରିସରରେ ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇଛି। ରାଉରକେଲା ସମେତ ସୁନ୍ଦରଗଡ ଜିଲ୍ଲାର ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ, ଉଦ୍ଘାଟନ ହେବ ବୋଲି କହିଛନ୍ତି ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା। ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ପାନୀୟ ଜଳ, କଲ୍ୟାଣ ମଣ୍ଡପ, ଅଙ୍ଗନବାଡି, ଜଳସେଚନ, ନୂତନ ସ୍କୁଲ ଗୃହ, ସେତୁ ଇତ୍ୟାଦି।
ରାଜଗାଙ୍ଗପୁରରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ରାଉରକଲୋ ମହାନଗର ନିଗମ (ଆର୍ଏମ୍ସି) ବିକାଶରେ ପ୍ରାୟ ୧୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିସହ ଜିଲ୍ଲାର ୧୭ ବ୍ଲକର ହକି ଆଷ୍ଟ୍ରୋ ଟର୍ଫ କାର୍ଯ୍ୟର ଶିଳାନ୍ୟାସ କରିବେ। ଏଥିପାଇଁ ପ୍ରତ୍ୟକ ବ୍ଲକରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରୋଜେକ୍ଟର ଲାଗିବ। ପ୍ରତ୍ୟେକ ବ୍ଲକର ମନ୍ତ୍ରୀ, ସମେତ ବିଧାୟକମାନେ ଉପସ୍ଥିତ ରହିବେ। ବିପିୟୁଟିରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ବ୍ଲକର ଲୋକମାନେ ଏକ ସମୟରେ ଦେଖିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି।
ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାମ ଶେଷ କରିବାକୁ ରାଉରକେଲା ଏସ୍ପି ମୁକେଶ କୁମାର ଭାମୁ, ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଆର୍ଏମ୍ସି କମିଶନର ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ବିପିୟୁଟି ପରିସରରେ ହେବାକୁ ଥିବା ଶିଳାନ୍ୟାସ, ସଭା ସ୍ଥଳର ସ୍ଥିତି ଅନୁଧ୍ୟାନ କରିଥିଲେ। ଆର୍ ଆଣ୍ଡ ବିର ନିର୍ବାହୀ ଅଧିକାରୀ ସମେତ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏସ୍ପି ଶ୍ରୀ ଭାନୁ ଓ ଅନ୍ୟ ପୁଲିସ ବରିଷ୍ଠ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଟ୍ରାଫିକ ସମସ୍ୟା, ଗାଡି ପାର୍କିଂ, ଦର୍ଶକଙ୍କ ପ୍ରବେଶ ଓ ପ୍ରସ୍ଥାନ ଆଦି ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ଆଲୋଚନା କରିଥିଲେ। ଦଳୀୟୀ କର୍ମୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସଭାସ୍ଥଳକୁ ମୋଟ ୨୫୦୦ ପ୍ରଶାସନିକ ଅଧିକାରୀ, ଦର୍ଶକ ଉପସ୍ଥିତ ରହିବେ। ସମସ୍ତଙ୍କର ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରାଯିବ। ଯେଉଁମାନେଙ୍କ ରିପୋର୍ଟ ନେଗେଟିଭ୍ ଆସିବ ସେମାନଙ୍କୁ ସଭାସ୍ଥଳକୁ ଯିବାକୁ ଅନୁମତି ମିଳିବ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Naveen-Patnaik-3.jpg)