ସମ୍ବଲପୁର: ଗତ ୨୫ ତାରିଖ ଦିନ ମାନେଶ୍ବର ମନ୍ଦିର ନିକଟରୁ ୨ ସାଙ୍ଗ ସ୍କୁଟି ନେଇଯାଇଥିବା ଅଭିଯୋଗ ହୋଇଛି। ସାକ୍ଷୀପଡ଼ାର ନନ୍ଦିନୀ ନାଏକଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୫ ତାରିଖ ଦିନ ତାଙ୍କ ଭାଇ ସ୍କୁଟି(ଓଡି ୧୫ଟି ୮୮୫୨) ନେଇ ମାନେଶ୍ବର ମନ୍ଦିର ଯାଇଥିଲେ। ସେଠାରେ ସେ ତାଙ୍କର ୨ ଜଣ ସାଙ୍ଗଙ୍କୁ ସ୍କୁଟି ଚାବି ଦେଇ ଦର୍ଶନ କରିବାକୁ ଗଲେ ଏବଂ ଫେରି ଦେଖିବା ବେଳେ ତାଙ୍କ ୨ ସାଙ୍ଗ ସେଠାରେ ନଥିଲେ, କି ସ୍କୁଟ ମଧ୍ୟ ନଥିଲା।
ଖୋଜାଖୋଜି କରି ନପାଇବାରୁ ସେ ସେଠାରୁ ଚାଲି ଆସିଲେ। ଉଭୟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ମଙ୍ଗଳବାର ସଦର ଥାନାରେ ନନ୍ଦିନୀ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ଚୋରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/14-2.jpg)