ଡାକ୍ତରଖାନା କ୍ବାର୍ଟର୍ସ ଫାଟକ ଭାଙ୍ଗିଦେଲେ

କବାଟବନ୍ଧ: ଧର୍ମଶାଳା ବ୍ଲକ୍‌ କବାଟବନ୍ଧ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଷ୍ଟାଫନର୍ସ ଭବାନୀ ପାଢ଼ୀଙ୍କ କ୍ବାର୍ଟର୍ସର ଗେଟ୍‌କୁ ଗତ ରବିବାର କିଛି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ରବିବାର ଛୁଟି ଥିବାରୁ ଭବାନୀ ଅପରାହ୍ଣରେ ଜାରକା ଯାଇ ସଂଧ୍ୟାରେ ଫେରିଥିଲେ। ଫେରିବା ବେଳକୁ କେହି ଦୁର୍ବୃତ୍ତ ତାଙ୍କ କ୍ବାର୍ଟର୍ସ ଗେଟ୍‌କୁ ଭାଙ୍ଗି ଦେଇଥିବା ଦେଖିବାକୁ ପାଇଥିଲେ।

ପୂର୍ବରୁ ମଧ୍ୟ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କ କ୍ବାର୍ଟର୍ସ ଉପରକୁ ଟେକା ପଥର ଫିଙ୍ଗି ହଇରାଣ କରନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ୪ ବର୍ଷ ହେଲା ଏହି କ୍ବାର୍ଟର୍ସରେ ରହୁଥିବା ଭବାନୀଙ୍କ ସ୍ବାମୀଙ୍କର ଦେଢବର୍ଷ ପୂର୍ବେ କରୋନାରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସେ ଭୟଭୀତ ହୋଇପଡ଼ିଛନ୍ତି। ଏସମ୍ପର୍କରେ କବାଟବନ୍ଧ ଡାକ୍ତରଖାନାର ଡାକ୍ତର ନିହାର ରଞ୍ଜନ କରଙ୍କୁ ପଚାରିବାରୁ ସିସିଟିଭି ଯାଞ୍ଚ ପରେ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର