ଝାରସୁଗୁଡ଼ା: ଦକ୍ଷିଣ- ପୂର୍ବ ହାୱାଡା- ବମ୍ବେ ରେଳପଥ ବାଗଡିହି ଷ୍ଟେସନରେ ଜଣେ ବାଳିକା (୧୫) ରାଉରକେଲା- ପୁରୀ ପାସେଞ୍ଜରରେ ସମୟ ସକାଳ ୧୦ .୧୫ ଚଢୁଥିବା ସମୟରେ ରେଳଧାରଣା ତଳକୁ ଖସି ପଡ଼ିଥିଲେ। ଟ୍ରେନଟି ଆରମ୍ଭ ହୋଇଥିବା ସତ୍ତ୍ୱେ ପାସେଞ୍ଜରଙ୍କ ଚିତ୍କାର ଶୁଣିବା କ୍ଷଣି ଲୋକୋପାଇଲଟ ପାସେଞ୍ଜରର ଗତି ସଂପୂର୍ଣ୍ଣ ବନ୍ଦ କରିବାରୁ ଝିଅଟି ନିଜେ ଉଠି ଯାଇଥିଲା। ତେବେ ବାଳିକାଟି ଦ୍ବିତୀୟ ଜନ୍ମ ପାଇଥିବାର ଚର୍ଚ୍ଚା ହେଉଛି।

Advertisment

ବାଗଡିହି ଷ୍ଟେସନ ଲୁପ ଲାଇନ୍‌ରେ ଠିଆ ଝାରସୁଗୁଡା ରାଉରକେଲା ଇଏମୟୁରେ ଯାଉଥିବା ବେଳେ କାହିଁକି ସେ ରାଉରକେଲା ପୁରୀ ପାସେଞ୍ଜରକୁ ଚଢ଼ିବାକୁ ଯାଉଥିଲେ ବୋଲି ପ୍ରଶ୍ନ ହେଉଛି। ତେବେ ପ୍ରତ୍ୟକ୍ଷଦର୍ଶୀ କହିବାନୁସାରେ ଫୋନଟିଏ ଆସିବା କ୍ଷଣି ଇଏମୟୁରୁ ଛାଡ଼ି ପୁରୀ- ପାସେଞ୍ଜର ଧରିବାକୁ ଚେଷ୍ଟା କରିଥିଲେ। ଯାହାଫଳରେ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି।