ଦଶରଥପୁର : ପ୍ରେମିକଠାରୁ ବହୁ ଅର୍ଥ ଠକି ନେବା ପରେ ଧୋକା ଦେଲେ ପ୍ରେମିକା। ଶେଷରେ ନ୍ୟାୟ ପାଇଁ ଯାଜପୁର ଟାଉନ ଥାନାର ଦ୍ବାରସ୍ଥ ହେଲେ ପ୍ରେମିକ। ଅଭିଯୋଗ ମୁତାବକ ଦଶରଥପୁର ବ୍ଲକ ରାହାସୋଇ ଗ୍ରାମର ସମୀର ଜେନା ବାଲିଆମୁଣ୍ଡୁଳି ଅଞ୍ଚଳର ଜନୈକା ଯୁବତୀଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଧୀରେଧୀରେ ଉଭୟଙ୍କ ସମ୍ପର୍କ ନିବିଡ଼ ହୋଇଥିଲା। ପ୍ରେମିକ ସମୀର ବିଭିନ୍ନ ସମୟରେ ପ୍ରେମିକାଙ୍କ ଦାବି ମୁତାବକ ଉପହାର ଦେଇଚାଲିଲେ। ବିଭିନ୍ନ ସମୟରେ ମୋବାଇଲ୍, ଗହଣା କିଣିବା ପାଇଁ ଟଙ୍କା ଦେଇଥିଲେ। ସମୀରଙ୍କଠାରୁ ବିଭିନ୍ନ ଆଳରେ ଟଙ୍କା ନେଇଚାଲିଥିଲେ। ଏବେ ସଂପୃକ୍ତ ଯୁବତୀଙ୍କ ବିବାହ ଅନ୍ୟତ୍ର ହେଉଥିବା ଜାଣି ସମୀର ଆପତ୍ତି ଉଠାଇଥିଲେ। ପ୍ରେମିକା ଯୁବତୀ ତାଙ୍କୁ ମିଛ ମାମଲାରେ ଫସାଇବାକୁ ଚେତାବନୀ ଦେବାରୁ ସମୀର ଯାଜପୁର ଟାଉନ ଥାନାରେ ଳିଖିତ ଅଭିଯୋଗ କରିଛନ୍ତି।
ଧୋକା ଦେଲା ପ୍ରେମିକା, ଥାନାର ଦ୍ବାରସ୍ଥ ହେଲେ ପ୍ରେମିକ
/sambad/media/post_attachments/wp-content/uploads/2022/05/24-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)