ଯାଜପୁରଟାଉନ/ସଦର ହଜି ଯାଇଥିବା ପର୍ସ ଓ ଟଙ୍କା ଫେରାଇ ସାଧୁତାର ପରିଚୟ ଦେଇଛନ୍ତି ବିତରକ। ଯାଜପୁର ପୌରପାଳିକାର କୋଟବସନ୍ତପୁର (କିଆନାଳୀକୂଳ) ଗ୍ରାମର ପ୍ରଫୁଲ୍ଲ କୁମାର ସେନାପତି ମା’ ବିରଜା ଖବରକାଗଜ ବିତରକ ସଂଘର ସଦସ୍ୟ ହୋଇ ଖବରକାଗଜ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ପ୍ରତିଦିନ ପରି ପ୍ରଫୁଲ୍ଲ ଆଜି ଖବରକାଗଜ ନେଇ ଯାଉଥିବାବେଳେ ମେଡିକାଲ ରୋଡ୍ କବରଖାନା ନିକଟରୁ ଏକ ଗାଡ଼ି ଚକ ତଳେ ମନିପର୍ସ ପଡ଼ିଥିବାର ଦେଖିବାକୁ ପାଇଥିଲେ। ପର୍ସଟିକୁ ଉଠାଇ ଦେଖିବାରୁ ସେଥିରେ ପାଖାପାଖି ୪ହଜାର ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା। ଏ ସଂପର୍କରେ ସେ ନିକଟସ୍ଥ ଦୋକାନୀଙ୍କୁ ଜଣାଇଥିଲେ। ନିଜର ଫୋନ ନମ୍ବର ଦେଇ କେହି ଲୋକ ଖୋଜିଲେ ଫୋନ କରିବେ ବୋଲି କହିଥିଲେ। ସଦର ଥାନା ଉପରବରୁଆଁ ଗ୍ରାମର ବିଷ୍ଣୁ ପ୍ରଧାନଙ୍କ ଫୋନ ନମ୍ବର ପାଇ ତାଙ୍କୁ ଡାକିବା ସହ ପର୍ସଟିକୁ ଫେରାଇଥିଲେ। ହଜିଥିବା ପର୍ସ ଓ ଟଙ୍କା ପାଇଁ ବିଷ୍ଣୁ ପ୍ରଧାନ ଖୁସି ହୋଇ ପ୍ରଫୁଲ୍ଲଙ୍କୁ କୃତଜ୍ଞତା ଜଣାଇଥିଲେ। ପ୍ରଫୁଲ୍ଲଙ୍କ ଏହି ସାଧୁତା ପାଇଁ ବିତରକ ସଂଘର ସମସ୍ତେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp