ଧର୍ମଶାଳା : ଜାରକାସ୍ଥିତ ଧର୍ମଶାଳା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ପାନୀୟ ଜଳ ଓ ଯୋଗାଣ ବିଭାଗ ପ୍ରକୋଷ୍ଠ ବାରଣ୍ତା ଏବେ ବୁଲା ଷଣ୍ଢ ଓ ଗାଈଙ୍କ ଗୁହାଳ ପାଲଟିଛି। ବାରଣ୍ତା ଗୋବରମୟ ହୋଇଯାଇଛି। ପାଚେରି ଘେରା ବ୍ଲକ୍ କାର୍ଯ୍ୟାଳୟର ଫାଟକ ଖୋଲା ରହୁଥିବାରୁ କେତେକ ଗାଈ, ବାଛୁରି ଓ ଷଣ୍ଢ ଏଠାରେ ରାତ୍ରିଯାପନ କରୁଛନ୍ତି। ସକାଳେ ଗୋବର ଓ ଗୋମୂତ୍ରରେ ଜାଗାଟି ଭରିଯାଉଛି।
ଦାୟିତ୍ବରେ ଥିବା ସଫେଇ କର୍ମଚାରୀ ଏହାକୁ ସଫା କରିବା କଥା। ହେଲେ ଏଠାରେ ଏହି ମଇଳାକୁ ସଫା କରାଯାଉନାହିଁ। ଦୁର୍ଗନ୍ଧ ପରିବେଶରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଅଫିସ୍ରେ ବସି କାମ କରୁଛନ୍ତି। ସେହିପରି ବିଭିନ୍ନ କାମ ପାଇଁ ଏଠାକୁ ଆସୁଥିବା ଲୋକମାନେ ନାକ ଟେକୁଛନ୍ତି। ଏହା ଏକ ନିତିଦିନିଆ ଘଟଣା ହୋଇଥିଲେ ମଧ୍ୟ ବ୍ଲକ୍ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଏନେଇ ଉଭୟ ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ।