କୁସ୍ତିଯୋଦ୍ଧାଙ୍କୁ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଅତି ଦୁର୍ଭାଗ୍ୟଜନକ। ସରକାର ରକ୍ଷକ ହୋଇ ଏପରି ଜଣେ ଲୋକଙ୍କୁ ପ୍ରୋତ୍ସାହନ ଦେବା ଠିକ୍ ନୁହେଁ।
ସୁରଞ୍ଜନ ରାଉତ, ଯାଜପୁର ଟାଉନ

Advertisment

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ପଦକ ବିଜେତା ମହିଳା କୁସ୍ତିଯୋଦ୍ଧାମାନେ କୁସ୍ତି ସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇ ନ୍ୟାୟ ଦାବିରେ ଧାରଣା ଦେଇଛନ୍ତି। ଧାରଣାକୁ ଦୁଇ ସପ୍ତାହରୁ ଅଧିକ ଦିନ ହୋଇଥିଲେ ମଧ୍ୟ ଏହି ସମ୍ବେଦନଶୀଳ ଘଟଣାରେ ସରକାର ଅହେତୁକ ନିରବତା ଅବଲମ୍ବନ କରି ସଭାପତିଙ୍କ ବିରୋଧରେ କୌଣସି ପଦକ୍ଷେପ ନେଉନାହାନ୍ତି। କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ହରିଆଣା ଓ ପଡ଼ୋଶୀ ରାଜ୍ୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ବ୍ୟାପକ ସମର୍ଥନ ମିଳୁଛି। କୁସ୍ତିଗୁରୁ ମହାଦେବ ଫୋଗତ ମଧ୍ୟ ନିଜର ସମସ୍ତ ପୁରସ୍କାର ଫେରାଇବାକୁ ଧମକ ଦେଇ ତାଙ୍କର ସୁକନ୍ୟା ଫୋଗତ ଭଉଣୀଙ୍କ ସମେତ ନାବାଳିକା କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ଦଳୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ସଭାପତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। କୁସ୍ତିଯୋଦ୍ଧାଙ୍କ କ୍ଷେତ୍ରରେ ସରକାର ତୁରନ୍ତ ପଦକ୍ଷେପ ନ ନେବା ପରିସ୍ଥିତିକୁ ଅଣାୟତ୍ତ କରିବ ଓ ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ।
ଅରୁଣ କୁମାର ଦାସ, କାଶିପୁର, ବଳରାମପୁର, କେନ୍ଦୁଝର

ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଏହା ଉପରେ ଆଲୋଚନା କରିବା ଠିକ୍ ନୁହେଁ। ତଥାପି ଏହି ମାମଲା ସରକାରୀ ଦଳ ପାଇଁ ଆହ୍ବାନ ସୃଷ୍ଟି କରିଛି।
ସରୋଜ ରଂଜନ ଦାସ, ଯାଜପୁର ଟାଉନ

ଦେଶରେ ଆଇନର ଶାସନର ଚାଲେ। ବେଆଇନ ଆନ୍ଦୋଳନକୁ ଗୁରୁତ୍ବ ଦିଆଯାଇ ପାରିବ ନାହିଁ। ଭାରତୀୟ କୁସ୍ତି ସଂଘ ସଭାପତିଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ମାମଲା ସୁପ୍ରିମକୋର୍ଟରେ ବିଚାର ସରିଛି। ଏହି ମାମଲାରେ ସରକାରଙ୍କୁ ଦୋଷ ଦେବାର ପ୍ରଶ୍ନ ଉଠୁନି।
ପୂର୍ଣ୍ଣଚନ୍ଦ୍ର ଦାଶ, ଅହିୟାସ, ଯାଜପୁର

କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଉନାହାନ୍ତି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନିରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଉଥିବା ବେଳେ ଅନ୍ୟପଟେ ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ତାଙ୍କର ଏପରି ମନୋଭାବ ଗ୍ରହଣୀୟ ନୁହେଁ।
ଅର୍ଜୁନ ଚରଣ ସାମଲ, କୁଳହରିପୁର, ଯାଜପୁର

କୁସ୍ତିଯୋଦ୍ଧାଙ୍କୁ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଠିକ୍ ନୁହେଁ। କୁସ୍ତି ସଂଘ ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନେ ଧାରଣାରେ ବସିଛନ୍ତି। ସରକାର ଏହି ମାମଲାର ନିରପେକ୍ଷ ତଦନ୍ତ କରି କୁସ୍ତିଯୋଦ୍ଧାମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ।
ଚନ୍ଦ୍ରମଣି ସାମଲ, ବ୍ୟାସନଗର

କୁସ୍ତିଯୋଦ୍ଧାଙ୍କୁ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଦୁର୍ଭାଗ୍ୟଜନକ। ଦୁଇ ସପ୍ତାହ ଧରି କୁସ୍ତିଯୋଦ୍ଧାମାନେ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର ଏହାର ସମାଧାନ କରୁନାହାନ୍ତି। ଯନ୍ତରମନ୍ତରରେ ଆଜି ଯେଉଁ ମହାପଞ୍ଚାୟତ ବସୁଛି ତାହାକୁ ଗୁରୁତ୍ବ ଦେଇ ସରକାର ଏକ ଗଠନମୂଳକ ମନୋଭାବ ନେଇ ସମସ୍ୟାର ସମାଧାନ କରିବା ଦରକାର।
ଡ. ଶାନ୍ତନୁ କୁମାର ନାୟକ, ରାମବାଗ୍, ଯାଜପୁର

କୁସ୍ତିଯୋଦ୍ଧାଙ୍କୁ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ମାନବିକତା ଓ ନୈତିକତା ନାହିଁ। କେନ୍ଦ୍ର ସରକାର ସେମାନଙ୍କ ପାଣି ଓ ବିଦ୍ୟୁତ୍ କାଟିବା ଠିକ୍ ନଥିଲା। ଏହା ଘୋର ଅନ୍ୟାୟ।
ବୁଲୁ ପଟ୍ଟନାୟକ, ଘସିପୁରା, କେନ୍ଦୁଝର

କୁସ୍ତିଯୋଦ୍ଧାଙ୍କୁ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଦୁର୍ଭାଗ୍ୟଜନକ। ବିଭିନ୍ନ କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଜନସାଧାରଣ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି।
ଦେବରାଜ ସାହୁ, ବାରିଗାଁ, ଆନନ୍ଦପୁର

ଯେଉଁ କୁସ୍ତିଯୋଦ୍ଧାମାନେ ଜାତୀୟ ସ୍ତରକୁ ଯାଉଛନ୍ତି ସେମାନଙ୍କ ପ୍ରତି ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ।
ପଦ୍ମଲୋଚନ ମହାନ୍ତି, କୋରେଇ, ଯାଜପୁର

କୁସ୍ତିଯୋଦ୍ଧାମାନେ ଦେଶର ଗୌରବ। କିନ୍ତୁ ସେମାନଙ୍କ ରାଜନୀତି କରାଯାଉଛି। ହରିଆଣା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଏହା ଏକ ନାଟକ। କୁସ୍ତିଯୋଦ୍ଧାମାନେ ମୋଦୀଙ୍କୁ ଟାର୍ଗେଟ କରୁଛନ୍ତି।
ଶ୍ୟାମାପ୍ରସାଦ ସାମଲ, ସିଂହପୁର, ଯାଜପୁର