ପୁରୀ: ଓଡ଼ିଶା ରାଜ୍ୟପାଳ ରଘୁବର ଦାଶ ଆଜି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି। ଆଜି ମଧ୍ୟାହ୍ନରେ ରାଜ୍ୟପାଳ ଶ୍ରୀମନ୍ଦିରଠାରେ ପହଞ୍ଚିବା ପରେ ସିଂହଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇଥିଲେ। ଦର୍ଶନ ସାରି ଫେରିବାପରେ ରାଜ୍ୟପାଳ ଶ୍ରୀ ଦାଶ କହିଛନ୍ତି, ‘ନିର୍ବାଚନ ପରେ ବିଜୟୀ ବିଧାୟକ ଓ ସାଂସଦମାନଙ୍କୁମାନଙ୍କୁ ଶୁଭେଚ୍ଛା ଜଣାଉଛି। ଆଶା, ଉଭୟ ସରକାରୀ ଦଳ ଓ ବିରୋଧୀଦଳ ମିଳିମିଶି ଓଡ଼ିଶାର ବିକାଶ ପାଇଁ କାମ କରିବେ। ମହାପ୍ରଭୁଙ୍କ ପାଖରେ ବି ପ୍ରାର୍ଥନା କରିଛି, ଓଡ଼ିଶାର ଦେଶର ଏକ ବିକଶିତ ରାଜ୍ୟରେ ପରିଣତ ହେଉ।’

Advertisment

ବିଏସ୍‌କେୱାଇକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ସମ୍ପର୍କରେ ରାଜ୍ୟପାଳ କହିଛନ୍ତି, ‘ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛି। ଓଡ଼ିଶାରେ ଯାହା ବି ଜନକଲ୍ୟାଣମୂଳକ ଯୋଜନା ଚାଲିଛି, ତାହା ନୂଆ ସରକାର ଗଠନ ପର୍ଯ୍ୟନ୍ତ ଚାଲିବ। ନୂଆ ସରକାର ଗଠନ ପରେ ଏହା ଉପରେ ଉପଯୁକ୍ତ ନିର୍ଣ୍ଣୟ ନେବେ।’