ବଲାଙ୍ଗୀର : ବଲାଙ୍ଗୀର ସହର ସାଗରପଡ଼ାର ଦେବାନନ୍ଦ ଭାଟି (୨୭ବର୍ଷ) ନାମକ ଜଣେ ଯୁବକଙ୍କ ଝୁଲାନ୍ତ ଶବ ଗୁରୁବାର ଉଦ୍ଧାର କରାଯାଇଛି। ସେ ରାଜମିସ୍ତ୍ରି ଭାବେ କାମ କରୁଥିଲେ। ଗତ ରାତିରେ ସମସ୍ତେ ଶୋଇଯିବା ପରେ ସେ ନିଜ କୋଠରି ଭିତରେ ବେକରେ ବେଡ୍ସିଟ୍ ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହୁଛନ୍ତି।
ଖବର ପାଇ ଟାଉନ ଥାନା ପୁଲିସ ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। କୌଣସି ପାରିବାରିକ କଳହ କିମ୍ବା ପ୍ରେମ ଜନିତ କାରଣ ନଥିବା ପରିବାର ଲୋକେ କହୁଛନ୍ତି। ତେବେ କଣ ପାଇଁ ରାଜମିସ୍ତ୍ରି ଜୀବନ ହାରିଲେ ତାକୁ ନେଇ ତଦନ୍ତ ଜାରି ରଖିଛି ଟାଉନ ଥାନା ପୁଲିସ।