ଭୁବନେଶ୍ବର: ସିବିଏସ୍ଇ ଅଧୀନରେ ପରୀକ୍ଷା ଦେଇଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପ୍ରତିକ୍ଷାର ଅନ୍ତ ଘଟିଛି। ୨୦୨୩ ତୁଳନାରେ ଏଥର ଓଡ଼ିଶାରେ ପାସ୍ହାର ହ୍ରାସ ପାଇଥିଲେ ହେଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପରୀକ୍ଷା ଫଳ ପ୍ରକାଶ ପରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ କେଉଁ ବିଷୟରେ କେତେ ମାର୍କ ରହିଲା ତା’ର ହିସାବ କରିଛନ୍ତି। ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଉତ୍ସବ ମନାଇଛନ୍ତି। ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ସ୍ମରଣୀୟ ମୁହୂର୍ତ୍ତକୁ ମନେ ରଖିବାକୁ ସେଲ୍ଫି ଓ ବ୍ୟାଚ୍ ଫଟୋ ଉଠାଇଛନ୍ତି। କିଏ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଠା ଖୁଆଇଥିଲେ ତ ଆଉ କିଏ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଲିଙ୍ଗନ କରି ନିଜର ସଫଳତା ପାଇଁ କୃତଜ୍ଞତା ଜଣାଇଥିଲେ।
ସ୍କୁଲ ଛୁଟି ଥିଲେ ମଧ୍ୟ କେତେକ ବିଦ୍ୟାଳୟରେ ପିଲାମାନେ କୋଲ୍ଡ୍ରିଙ୍କ୍ସ ଓ ସ୍ନୋ ସ୍ପ୍ରେ’ କରି ଖୁସି ବାଣ୍ଟିଛନ୍ତି। ଏଥିସହ ପରୀକ୍ଷା ଫଳ ଆଧାରରେ କିଏ କ’ଣ କରିବେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କେତେଜଣ ଛାତ୍ରଛାତ୍ରୀ ଏବେଠାରୁ ଅନ୍ଲାଇନ୍ କୋଚିଂ ନେବା ଆରମ୍ଭ କରିଦେଇଛନ୍ତି। କିଏ କେଉଁଠି ଉଚ୍ଚଶିକ୍ଷା କରିବେ କେଉଁ ବିଭାଗରେ ନାମ ଲେଖାଇବେ ସେନେଇ ଅଭିଭାବକ ଓ ଶିକ୍ଷକଙ୍କ ପରାମର୍ଶ ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି। ଭୁବନେଶ୍ବରରେ ଥିବା ଅଧିକାଂଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ
ଦ୍ୱାଦଶ ଶ୍ରେଣୀ ବାଣିଜ୍ୟରେ ୯୯.୨% ନମ୍ବର ଶାଶ୍ୱତ୍ ପାଣିଗ୍ରାହୀ ଓ ହ୍ୟୁମାନିଟିଜ୍ରେ ୯୯% ମାର୍କ ରଖି ଆଦ୍ୟାଶା ସ୍ୟାମ୍ ରାଜ୍ୟ ଟପ୍ର ହୋଇଥିବା ସ୍କୁଲ ପକ୍ଷରୁ କୁହାଯାଇଛି। ତେବେ ବିଜ୍ଞାନରେ୯୮.୬% ନମ୍ବର ରଖି ହିମାଂଶୁ ଅଗ୍ରୱାଲ ସ୍କୁଲ୍ ଟପ୍ପର ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀର ସମସ୍ତ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେଥିମଧ୍ୟରୁ ୨୧.୪% ଛାତ୍ରଛାତ୍ରୀ ୯୫%ରୁ ଅଧିକ ମାର୍କ ରଖିଛନ୍ତି। ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିବା ବିଦ୍ୟାଳୟର ସମସ୍ତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୯୯.୪% ମାର୍କ ରଖି ଶାଗୁନ୍ ସାମନ୍ତରାୟ ରାଜ୍ୟ ଟପ୍ପର୍ ହୋଇଥିବା ସ୍କୁଲ କର୍ତ୍ତୃପକ୍ଷ ଦାବି କରିଛନ୍ତି। ସେହିପରି ୯୯% ମାର୍କ ରଖି ଅନୁଷ୍କା ମଲ୍ଲିକ ଦ୍ୱିତୀୟ ଓ ୯୮.୮% ମାର୍କ ସହ ତ୍ରୀଷ୍ଣା ପାତ୍ର, ଜାହ୍ନବୀ ମିଶ୍ର, ସୁଧିଷ୍କା ରାଉତ ଓ ସୟଦ୍ ଆୟନ ଅଲ୍ଲୀ ତୃତୀୟ ସ୍ଥାନରେ ରହିଛନ୍ତି। ଚଳିତବର୍ଷ ୩୬.୧୨% ଛାତ୍ରଛାତ୍ରୀ ୯୫%ରୁ ଅଧିକ ମାର୍କ ରଖିଛନ୍ତି। ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ୬୦%ରୁ ଅଧିକ ମାର୍କ ରଖିଛନ୍ତି।
ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ୍ ସ୍କୁଲ
ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ଖୁସି ଶର୍ମା ୯୫.୨%, ବାଣିଜ୍ୟରେ ଶ୍ରେୟାଂଶି ସିଂ ୯୮%, ହ୍ୟୁମାନିଟିଜ୍ରେ ୯୭.୬% ନମ୍ବର ରଖି ଆଞ୍ଜେଲିନା ବର୍ମା ସ୍କୁଲ୍ ଟପ୍ପର ହୋଇଛନ୍ତି। ସମସ୍ତ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେଥିମଧ୍ୟରୁ ୩୬.୪% ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ଏଥିସହ ୮୪.୫% ଛାତ୍ରଛାତ୍ରୀ ୭୫% ମାର୍କରୁ ଅଧିକ ରଖି କୃତୀତ୍ତ୍ବ ହାସଲ କରିଛନ୍ତି। ଦଶମ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ହୋଇଛି। ୯୮% ମାର୍କ ରଖି ସମୟରା ଆଞ୍ଜେଲିନା ପ୍ରଥମ ସ୍ଥାନ, ୯୬.୪ % ମାର୍କ ରଖି ଓମ୍ ପ୍ରକାଶ ସାହୁ ଦ୍ୱିତୀୟ ଓ ୯୬.୨% ମାର୍କ ରଖି ଜୟେଶ ଅଗ୍ରୱାଲ ତୃତୀୟ ସ୍ଥାନରେ ରହିଛନ୍ତି। ଚଳିତବର୍ଷ ୩୮.୬୭% ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଥିବା ବେଳେ ୮୪.୬% ଛାତ୍ରଛାତ୍ରୀ ୭୫%ରୁ ଅଧିକ ନମ୍ବର ରଖିଛନ୍ତି। ଶିକ୍ଷକଙ୍କ କଠିନ ପରିଶ୍ରମ ଓ ଅଭିଭାବକଙ୍କ ସହଯୋଗ ପାଇଁ ଆଜି ଏଭଳି ସଫଳତା ମିଳିଥିବା ବିଦ୍ୟାଳୟର ଚେୟାରପର୍ସନ ଶିଳ୍ପୀ ସାହୁ କହିଛନ୍ତି।
ମଦର୍ସ ପବ୍ଲିକ ସ୍କୁଲ
ଦ୍ୱାଦଶରେ ପରୀକ୍ଷା ଦେଇଥିବା ସ୍କୁଲର ୧୧୫ରୁ ଅଧିକ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ବିଜ୍ଞାନରେ ସ୍ନେହାଶିଷ ମହାନ୍ତି ୯୭.୬୦% ରଖି ପ୍ରଥମ, ବାଣିଜ୍ୟରେ ନିଖିଳ ସାହୁ ୯୭.୨୦% ରଖି ପ୍ରଥମ, କଳାରେ ଶ୍ରେୟା ଶ୍ରୀରୂପା ସାହୁ ୯୫.୪% ନମ୍ବର ରଖି ପ୍ରଥମ ହୋଇଛନ୍ତି। ଦଶମରେ ସମସ୍ତ ୧୭୪ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ୧୦୦ ଜଣ ୯୦%ରୁ ଅଧିକ ମାର୍କ ରଖିଛନ୍ତି। କ୍ଷିରାବ୍ଧୀ ତନୟା ସାମଲ ୯୮.୬% ମାର୍କ ରଖି ଟପର ହୋଇଛନ୍ତି। ପୁରୀସ୍ଥିତ ମଦର୍ସ ପବ୍ଲିକ ସ୍କୁଲରେ ଦ୍ୱାଦଶ ବିଜ୍ଞାନରେ ଅନିମେଶ ମହାନ୍ତି ୯୫% ମାର୍କ ରଖି ପ୍ରଥମ, ପାର୍ଥ ସାରଥୀ ମୁଦୁଲି ୯୪% ସହ ଦ୍ୱିତୀୟ ଓ ସାଇ ସଙ୍କେତ ମହାପାତ୍ର ୯୩% ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବାଣିଜ୍ୟରେ ଅଭିଷେକ ରାଉତ ୮୯% ରଖି ପ୍ରଥମ ହୋଇଛନ୍ତି। ଦଶମରେ ୪୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୨ ଜଣ ୯୦%ରୁ ଅଧିକ ନମ୍ୱର ରଖିଛନ୍ତି। ଜିତ୍ ନାରାୟଣ ପୂଜାପଣ୍ଡା ୯୯.୪୦% ରଖି ପ୍ରଥମ ହୋଇଛନ୍ତି। ବିଦ୍ୟାଳୟ ଅଧ୍ୟକ୍ଷ ପଲ୍ଲି ପଟ୍ଟନାୟକ ଏହି ସଫଳତା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ
ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ସ୍କୁଲ୍ର ୪୫% ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଦଶମରେ ୨୫% ଛାତ୍ରଛାତ୍ରୀ ୯୫%ରୁ ଅଧିକ ନମ୍ବର ରଖିଛନ୍ତି। ଆଦ୍ୟାଶା ଦାସ ୯୮% ନମ୍ବର ରଖି ସ୍କୁଲ୍ ଟପ୍ପର ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ସ୍କୁଲ୍ର ଛାତ୍ରୀ ସ୍ନେହା କୁମାରୀ ସର୍ବାଧିକ ୯୭% ନମ୍ବର ରଖି ସ୍କୁଲ୍ ଟପ୍ର ହୋଇଥିବା ବେଳେ ବାଣିଜ୍ୟରେ ପ୍ରିୟଙ୍କା ଦାସ ଓ ପଲକ ସାମନ୍ତରାୟ ୯୭.୪% ଓ ହ୍ୟୁମାନିଟିଜରେ ବସୁନ୍ଧରା ରାୟ ୯୭.୪% ନମ୍ବର ରଖିଛନ୍ତି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ସ୍ପେସାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସେନ୍ ଗ୍ଲୋବ୍ରେ ପରୀକ୍ଷା ଦେଇଥିବା ସମସ୍ତ ୧୧ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍କୁଲ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସଫଳତା ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ଗୁଣାତ୍ମକ ଶିକ୍ଷା ପ୍ରଣାଳୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠା, ଛାତ୍ରଛାତ୍ରୀଙ୍କୁ ସମୟ ଉପଯୋଗୀ ପରାମର୍ଶ ଯୋଗୁଁ ୧୬ବର୍ଷ ହେଲା ଏହି ସଫଳତା ସମ୍ଭବ ହୋଇଆସୁଛି। ଏଥିପାଇଁ ସେ ସ୍କୁଲ୍ର ଚେୟାରପର୍ସନ ମୋନାଲିସା ବଳ ଓ ଅଧ୍ୟକ୍ଷ ସଞ୍ଜୟ ସୁଆର ତଥା ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୫ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ବର୍ଷା ପ୍ରିୟଦର୍ଶିନୀ, ଶୈଳଜା ରଥ, ଶ୍ରୀୟା ସାନଭୀ ୯୮% ମାର୍କ ରଖି ପ୍ରଥମ ହୋଇଛନ୍ତି। ଦ୍ବାଦଶ ଶ୍ରେଣୀର ବିଜ୍ଞାନ ବିଭାଗରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ଜଣ ୯୦%ରୁ ଅଧିକ ନମ୍ବର ରଖି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ଶ୍ରେୟା ଚୌଧୁରୀ ଓ ଶାଶ୍ବତ କୁମାର ଜେନା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବାଣିଜ୍ୟ ବିଭାଗରେ ତ୍ରିଦେବ କୁମାର ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବିଦ୍ୟଳୟର ଚେୟାରମ୍ୟାନ୍ ସୂର୍ଯ୍ୟପ୍ରକାଶ ପତି, ମ୍ୟାନେଜର ବସନ୍ତ କୁମାର ତ୍ରିପାଠୀ, ଅଧ୍ୟକ୍ଷ ଜି ରାମ କିଶୋର, ପ୍ରଶାସକ ହିମାଂଶୁ ଶେଖର ପତି, ସମ୍ପାସକ ବିଜୟ କୁମାର ନାୟକ, ଉପାଧ୍ୟକ୍ଷ ମହେଶ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଖଣ୍ଡଗିରି ସେଣ୍ଟ ଜାଭିୟର ହାଇସ୍କୁଲ୍
ଦଶମ ଶ୍ରେଣୀରେ ୯୯% ନମ୍ବର ରଖି ସଙ୍କଳ୍ପ ପଟ୍ଟନାୟକ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ୯୮.୮% ନମ୍ବର ରଖି ଶ୍ରୀମୟୀ ପାଣିଗ୍ରାହୀ ଦ୍ବିତୀୟ ଓ ୯୮.୨% ନମ୍ବର ରଖି ଆରୁସ୍ମାନ ପ୍ରଧାନ ତୃତୀୟ ହୋଇଛନ୍ତି। ପରୀକ୍ଷା ଦେଇଥିବା ୨୬୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୦ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଦ୍ବାଦଶ ଶ୍ରେଣୀ ବିଜ୍ଞାନରେ ୧୨୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦ ଜଣ ୯୦%ରୁ ଅଧିକ ନମ୍ବର ରଖିଥିବା ବେଳେ ବିଶ୍ବବର୍ଦ୍ଧନ ନାୟକ ପ୍ରଥମ, ସ୍ନେହଶିବାଙ୍ଗୀ ଦ୍ବିତୀୟ ଓ ସମ୍ବିତ ସ୍ବାଇଁ ୩ୟ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ରଞ୍ଜିତା ମଲ୍ଲ ଶୁଭେଚ୍ଛା ଜଣାଇଛନ୍ତି।
କଳିଙ୍ଗନଗର ଡିଏଭି
ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିବା ୧୨୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧.୭୧% ଜଣ ୯୫%ରୁ ଅଧିକ ନମ୍ବର ରଖିଛନ୍ତି। ୯୯.୪୦% ନମ୍ବର ରଖି ପ୍ରତୀକ ଷଢ଼ଙ୍ଗୀ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ୯୮.୪୦% ନମ୍ବର ସହ ଶାଶ୍ୱତୀ ଜେନା ଲେକିସା ମହାନ୍ତି ଦ୍ୱିତୀୟ ଓ ୯୮% ନମ୍ବର ରଖି ଶ୍ରୀଗୁରୁ ଶଙ୍କର ମାଟି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଦ୍ବାଦଶ ଶ୍ରେଣୀ ବିଜ୍ଞାନରେ ୯୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ କ୍ରୀଷ୍ଣା ଜେନା ୯୬.୨୦% ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବାଣିଜ୍ୟରେ ୧୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୪.୮୦% ରଖି ଆୟୁସ୍ମାନ କର ପ୍ରଥମ ହୋଇଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ମଦନ ମୋହନ ପଣ୍ଡା, ଡିଏଭି ବିଦ୍ୟାଳୟ ସମୂହ ଓଡ଼ିଶା ଜୋନ୍ର ଆଞ୍ଚଳିକ ନିର୍ଦ୍ଦେଶକ କେ ସି ଶତପଥୀ, ଆଞ୍ଚଳିକ ସହ ନିର୍ଦ୍ଦେଶିକା ସୁଜାତା ସାହୁ, ବିଦ୍ୟାଳୟର ମ୍ୟାନେଜର ଇପ୍ସିତା ଦାସ ଓ ଅଧ୍ୟକ୍ଷ ବଳରାମ ମହାପାତ୍ର କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
କେନ୍ଦ୍ରୀୟ ବିଦ୍ୟାଳୟ-୧
ଚଳିତ ବର୍ଷ ଦ୍ୱାଦଶ ପରୀକ୍ଷାରେ କେନ୍ଦ୍ରୀୟ ବିଦ୍ୟାଳୟ -୧ ଉଭୟ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଶତ ପ୍ରତିଶତ ଫଳାଫଳ ହୋଇଛି। ପ୍ରଥମ ସିଫ୍ଟରେ ବିଜ୍ଞାନରେ ଶୁଭମ ପାଣିଗ୍ରାହୀ ୯୫.୨% ଓ କଳାରେ ପାର୍ବତୀ ଟୁଡୁ ୯୪.୮% ମାର୍କ ରଖି ପ୍ରଥମ ହୋଇଛନ୍ତି। ଦ୍ୱିତୀୟ ସିଫ୍ଟରେ ବିଜ୍ଞାନରେ ସିମରନ ଜେନା ୯୬.୨% ଓ ବାଣିଜ୍ୟରେ ଆଵାଦେଶ ପୁହାଣ ୮୯.୪% ମାର୍କ ରଖି ଟପର ହୋଇଛନ୍ତି। ଦଶମ ପରୀକ୍ଷାରେ ବିଦ୍ୟାଳୟକୁ ୯୯.୫୪% ସଫଳତା ମିଳିଛି। ପ୍ରଥମ ସିଫ୍ଟରେ ସ୍ପନ୍ଦନ ଜେନା ୯୭.୬% ଓ ଦ୍ୱିତୀୟ ସିଫ୍ଟରେ ପ୍ରେକ୍ଷା ପୂର୍ବାଶା ବାରା ୯୬.୪% ମାର୍କ ରଖି ଟପର ହୋଇଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ ଆଦିତ୍ୟ କୁମାର ପଣ୍ଡା ଏହି ସଫଲତା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
କେନ୍ଦ୍ରୀୟ ବିଦ୍ୟାଳୟ -୨
ବିଦ୍ୟାଳୟର ମୋଟ ୧୮୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୬ଜଣ ୯୦% ଅଧିକ ନମ୍ବର ରଖିଛନ୍ତି। ୯୮.୮% ନମ୍ବର ରଖି ସାଇ ପ୍ରସାଦ ଦାସ ଓ ହର୍ଷିତା ଦିଣ୍ଡା ବିଦ୍ୟାଳୟରେ ପ୍ରଥମ ଓ ୯୮.୨% ନମ୍ବର ରଖି ଅମ୍ଳାନ ମିଶ୍ର ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଦ୍ବାଦଶ ଶ୍ରେଣୀ ବିଜ୍ଞାନରେ ବିଦ୍ୟାଳୟରେ ୧୫୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୯୬.୪% ନମ୍ବର ରଖି ଅରଜିତା ସାହୁ ପ୍ରଥମ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଅଞ୍ଜନ ଖଟୁଆ ଶୁଭେଚ୍ଛା ଜଣାଇଛନ୍ତି।
କେନ୍ଦ୍ରୀୟ ବିଦ୍ୟାଳୟ-୫
ଦଶମରେ ପରୀକ୍ଷା ଦେଇଥିବା ୧୮୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୫ଜଣ ପାସ୍ କରିଛନ୍ତି। ସାନ୍ଭି ପଣ୍ଡା ୯୭.୪%, ଅଂଶୁମାନ ସାହୁ ୯୭% ଓ ସ୍ବୟଂ ସ୍ବସ୍ତିକ ପାଣିଗ୍ରାହୀ ୯୬.୨% ମାର୍କ ରଖି ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଛନ୍ତି। ଦ୍ବାଦଶ ଶ୍ରେଣୀରେ ୧୪୪ଜଣ ବିଜ୍ଞାନରେ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୪୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶୁଭାଙ୍ଗି ପ୍ରଧାନ ୯୪.୪% ମାର୍କ ରଖି ଟପର୍ ହୋଇଛନ୍ତି। ହ୍ୟୁମାନିଟିଜ୍ରେ ସିଧିକା ପାତ୍ର ୯୧.୮% ମାର୍କ ରଖି ପ୍ରଥମ ହୋଇଛନ୍ତି।
ଶିବାନନ୍ଦ ଶତବାର୍ଷିକ ବାଳକ ବିଦ୍ୟାଳୟ
ଦଶମ ଶ୍ରେଣୀରେ ୯୪.୬% ରଖି ସୌମ୍ୟରଞ୍ଜନ ସାମଲ ଓ ଓମ୍ ଶ୍ରୀଧର ପାଣିଗ୍ରାହୀ ବିଦ୍ୟାଳୟରେ ପ୍ରଥମ ଏବଂ ୯୨.୬% ନମ୍ବର ରଖି ଅମିତ୍ କୁମାର ଦାସ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଦ୍ବାଦଶ ଶ୍ରେଣୀ ବିଜ୍ଞାନରେ ଜଗନ୍ନାଥ ଚୌଧୁରୀ ୯୩% ନମ୍ବର ରଖି ପ୍ରଥମ ଓ ବାଣିଜ୍ୟରେ ଆଦିତ୍ୟ ପ୍ରସାଦ ମହାକୁଡ଼ ୯୩.୨% ରଖି ପ୍ରଥମ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ୟୁନିଟ୍ ୮ ଡିଏଭି
ଦଶମ ଶ୍ରେଣୀରେ ୨୬୯ଜଣ ଛାତ୍ରଛାତ୍ରୀ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୬୧ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ୯୮.୬ % ନମ୍ବର ରଖି ଅମ୍ରିତ ଭାଲ, ପାୟଲ ପଣ୍ଡା, ସଂପ୍ରୀତି ରଏ ଓ ଶିବାନୀ ରାଉତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୯୮.୪ % ନମ୍ବରରଖି ଅଂଶିକା ଶ୍ରୀବାସ୍ତବ ଦ୍ୱିତୀୟ ଓ ୯୮.୨% ନମ୍ବର ରଖି ପ୍ରତିଭା ଝା ତୃତୀୟ ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ସମସ୍ତ ୩୩୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍ଥିତି ସାମନ୍ତରାୟ ୯୭.୬% ନମ୍ବର ରଖି ପ୍ରଥମ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ସମସ୍ତ ୬୬ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଇସିତା ମହାନ୍ତି ୯୬.୬% ନମ୍ବର ରଖି ପ୍ରଥମ ହୋଇଛନ୍ତି। କଳା ବିଭାଗରେ ସମସ୍ତ ୧୫ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଭୂମିକା ଦାସ ୯୫.୨% ନମ୍ବର ରଖି ପ୍ରଥମ ହୋଇଛନ୍ତି। ବିଦ୍ୟାର୍ଥୀଙ୍କ ଏହି ସଫଳତାରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସନ୍ତୋଷ ଉପାଧ୍ୟାୟ, ଆଞ୍ଚଳିକ ନିର୍ଦ୍ଦେଶକ କେ ସି ଶତପଥୀ ଓ ଅଧ୍ୟକ୍ଷା ଈପ୍ସିତା ଦାସ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିକାଶ ଆବାସିକ ବିଦ୍ୟାଳୟ
ବିଦ୍ୟାଳୟର ବିଜ୍ଞାନ ଓ ବାଣିଜ୍ୟ ବିଭାଗର ୩୧୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮ଜଣ ୯୦ %ରୁ ଅଧିକ ନମ୍ବର ରଖିଛନ୍ତି। ଦ୍ବାଦଶ ଶ୍ରେଣୀ ବିଜ୍ଞାନ ବିଭାଗର ଛାତ୍ରୀ ହର୍ଷିତା ଜୈନ ୯୫.୨%, ବାଣିଜ୍ୟ ବିଭାଗର ଛାତ୍ରୀ ଏମ ପୁଷ୍ପାଞ୍ଜଳି ରେଡି ୯୩.୨% ଓ ଦଶମ ଶ୍ରେଣୀର ଛାତ୍ରୀ ରୁସାଲି ନନ୍ଦ ୯୮.୪% ନମ୍ବର ରଖି ବିଦ୍ୟାଳୟ ଟପର୍ ହୋଇଛନ୍ତି। ଦଶମ ଶ୍ରେଣୀରେ ୨୩୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫ ଜଣ ୯୫ %ରୁ ଅଧିକ ମାର୍କ ରଖିଛନ୍ତି। ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସର ନିର୍ଦ୍ଦେଶକ ଭି ଶ୍ରୀନିବାସ, ଡିନ୍ ପିତାମ୍ବର ଦାସ, ଡିନ୍ ସିନିୟର ସେକେଣ୍ଡାରୀ ଏ ଦିଲ୍ଲୀ କୁମାର, ଅଧ୍ୟକ୍ଷା ବିଜୟାଲକ୍ଷ୍ମୀ ଦାସ, ଅଧ୍ୟକ୍ଷ ଆର. ବିଜୟ କୁମାର କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏମବିଏସ ପବ୍ଲିକ ସ୍କୁଲ
ବିଜ୍ଞାନରେ ଶତପ୍ରତିଶତ ଫଳ ହୋଇଛି। ୧୮ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ରଖିଛନ୍ତି। ଅର୍ପିତା ଅପରାଜିତା ୯୫.୮% ମାର୍କ ରଖି ସ୍କୁଲ ଟପର ହୋଇଛନ୍ତି। ଦଶମରେ ସମସ୍ତ ୧୬୭ ପରୀକ୍ଷାର୍ଥ ପାସ୍ କରିଛନ୍ତି। ୪୦ ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଦିପ୍ସିତା ନନ୍ଦ ୯୬.୮% ମାର୍କ ରଖି ସ୍କୁଲ ଟପର ହୋଇଛନ୍ତି। ସ୍କୁଲର ଅଧ୍ୟକ୍ଷ ଜେ କେ ଶିଶୁ ଗୋସ୍ୱାମୀ ଏହି ସଫଲତା ପାଇଁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସ୍ନାଲ ସ୍କୁଲ
ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମଳିପଡ଼ାସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସ୍ନାଲ ସ୍କୁଲ ଶତ ପ୍ରତିଶତ ସଫଳତା ହାସଲ କରିଛି। ଦଶମରେ ୫୦% ଓ ଦ୍ୱାଦଶରେ ୪୧%ରୁ ଅଧିକ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟ ଶ୍ରେଣୀରେ ସମସ୍ତ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟ ଚେୟାରମ୍ୟାନ ପବିତ୍ର ରାଉତରାୟ ଓ ଅଧ୍ୟକ୍ଷା ନମ୍ରତା ସିଂ, ଉପାଧ୍ୟକ୍ଷ କବୀନ୍ଦ୍ର ଦାଶ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ଡିଏଭି ଚନ୍ଦ୍ରଶେଖରପୁର
ଡିଏଭି ପବ୍ଲିକ୍ ସ୍କୁଲ୍ ଚନ୍ଦ୍ରଶେଖରପୁରରେ ଦଶମ ପରୀକ୍ଷା ଦେଇଥିବା ୩୦୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୨ଜଣ ୯୫%ରୁ ଅଧିକ, ୧୭୩ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଅନୁଷ୍କା ନାୟକ ଓ ଅଭିଳାଷା ପଣ୍ଡା ୯୯.୪% ନମ୍ବର ସହ ଯୁଗ୍ମ ପ୍ରଥମ, ଆର୍ଯ୍ୟନ୍ ନାୟକ ୯୯.୨% ନମ୍ବର ରଖି ଦ୍ବିତୀୟ, ଶ୍ରୁତିଶ୍ରୀ ଦାଶ ଓ ଶାକ୍ୟସିଂହ ପାତ୍ର ୯୯% ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି। ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ବିଭାଗର ୩୮୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୬ ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଅନ୍ୱେଷ ଶୁଭମ ପ୍ରଧାନ ୯୭.୮% ନମ୍ବର ସହ ପ୍ରଥମ, ଲାରିସା ସାମଲ୍ ୯୭.୨% ନମ୍ବର ସହ ଦ୍ବିତୀୟ ଏବଂ ସ୍ନେହାଶ୍ରୀ ସାହୁ ୯୭% ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି। ବାଣିଜ୍ୟ ବିଭାଗରେ ୫୨ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୧୭ଜଣ ୯୦%ରୁ ଅଧିକ ନମ୍ବର ରଖିଥିବା ବେଳେ ତିଥି ତନ୍ମୟୀ ୯୭% ନମ୍ବର ରଖି ପ୍ରଥମ ହୋଇଛନ୍ତି। କଳା ବିଭାଗରେ ୩୦ ଜଣ ଯାକ ଛାତ୍ରଛାତ୍ରୀ ୭୫%ରୁ ଅଧିକ ନମ୍ବର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଦ୍ୟାଶା ଅନିନ୍ଦିତା ୯୮% ନମ୍ବର ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ଡିଏମ୍ ସ୍କୁଲ
ଦଶମରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୯% କୃତକାର୍ଯ୍ୟ ହୋଇଛନ୍ତି। ସାୟନ୍ କୁମାର ଦାଶ ୯୫% ମାର୍କ ରଖି ସ୍କୁଲ ଟପର୍ ହୋଇଛନ୍ତି। ଦ୍ବାଦଶ ଶ୍ରେଣୀରେ ପାସ୍ହାର ୯୮% ହୋଇଥିବା ବେଳେ ସ୍ବୟଂଭବ ପଟ୍ଟନାୟକ ୯୬.୮% ମାର୍କ ରଖି ଟପ୍ର ହୋଇଛନ୍ତି।
ବିଜେଇଏମ୍-୧
ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ(ବିଜେଇଏମ୍)-୧ରେ ୨୪୯ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ। ସେଥିରୁ ୬୯ ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଶ୍ରେୟା ରଥ ୯୯.୪% ନମ୍ବର ରଖି ବିଦ୍ୟାଳୟରେ ଟପର୍ ହୋଇଛନ୍ତି। ଦ୍ବାଦଶ ଶ୍ରେଣୀରେ ୧୪୫ ଜଣ ବିଜ୍ଞାନ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଆଶୁତୋଷ କର ସର୍ବାଧିକ ୯୯% ନମ୍ବର ରଖି ସ୍କୁଲରେ ପ୍ରଥମ ହୋଇଛନ୍ତି। ଅମ୍ରିତ କୁମାର ଘୋଷାଲ ୯୮.୨%, ସ୍ଥିତିପ୍ରଜ୍ଞା ସାହୁ ୯୮% ନମ୍ବର ରଖିଛନ୍ତି। ବାଣିଜ୍ୟରେ ଶେଖ୍ ହମିଦ୍ ରାଜା ୯୩%, ହେମଲତା ଉଦାନି ୯୨.୨% ଓ ସ୍ମୃତିଶ୍ରୀ ପଟ୍ଟନାୟକ ୮୮.୪ % ନମ୍ବର ହାସଲ କରିଛନ୍ତି।
ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ଦ୍ବାଦଶ ବିଜ୍ଞାନରେ ଛାତ୍ର ଶ୍ରେୟସ ପ୍ରଧାନ ଓ ଛାତ୍ରୀ ଦେବାଂଶୀ ପାଣି ୯୫.୪% ନମ୍ବର ରଖି ଯୁଗ୍ମ ଭାବେ ପ୍ରଥମ, ବାଣିଜ୍ୟରେ କସିସ ଲୋମାସ୍ ୮୬%, କଳା ବିଭାଗରେ ଆକାଂକ୍ଷା ଶର୍ମା ୯୩.୩% ରଖି ପ୍ରଥମ ହୋଇଛନ୍ତି। ଦଶମରେ ସକ୍ଷମ ସୁଜୟ ୯୯.୨% ରଖି ସ୍କୁଲ ଟପର୍ ହୋଇଛନ୍ତି। ୯୦ରୁ ଅଧିକ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଥିବାବେଳେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ମୋହନ ପଣ୍ଡା, ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବାମୀ ଶଙ୍କରାନନ୍ଦ ଗିରି, ବିଦ୍ୟାଳୟର ସମ୍ପାଦିକା ବୀଣାପାଣି ରଥ, ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମ୍ୟାକେଲ୍ ଇଣ୍ଟରନ୍ୟାସନାଲ ସ୍କୁଲ
ମ୍ୟାକେଲ୍ ଇଣ୍ଟରନ୍ୟାସନାଲ ସ୍କୁଲର ଇଂରାଜୀ ମାଧ୍ୟମରେ ପଢ଼ୁଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି। ପଞ୍ଚୁପାଳ ଗ୍ରାମର ଶର୍ମିଷ୍ଠା ଷଡ଼ଙ୍ଗୀ ୯୨% ମାର୍କ ରଖି ବିଦ୍ୟାଳୟ ଟପ୍ର ହୋଇଛନ୍ତି। ଅଧ୍ୟକ୍ଷା ରାଜଶ୍ରୀ ରାଉତଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ ଉତ୍ତନ୍ନ ପ୍ରଦର୍ଶନ କରିଥିବାରୁ ବିଦ୍ୟାଳୟରେ ଖୁସି ଖେଳିଯାଇଛି। ବିଦ୍ୟାଳୟର ଚେୟାରମ୍ୟାନ୍ ସୌଭାଗ୍ୟ ପରିଡ଼ା, ଲିଙ୍ଗରାଜ ପତି ଓ ନିର୍ଦ୍ଦେଶକ ବିନୋଦ ବିହାରୀ ସାହୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଧନ୍ୟବାଦ ଦେଇଛନ୍ତି।
ବିଜେଇଏମ୍-୨
ସତ୍ୟଭାମାପୁ୍ରସ୍ଥିତ ବିଜେଇଏମ୍-୨ର ଦଶମ ଶ୍ରେଣୀରେ ରାଜ ଆର୍ଯ୍ୟାନ୍ ରାଉତ ଓ ସ୍ମୃତି ସୁମନ ସାହୁ ୯୬.୮% ନମ୍ବର ରଖି ଯୁଗ୍ମ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସ୍ୱର୍ଣ୍ଣଦୀପା ସାହୁ ୯୬.୪% ସହ ଦ୍ବିତୀୟ, ଜେମ୍ସ୍ ଶକ୍ତି ଓ କାବ୍ୟଦୀପ ଦାଶ ୯୬% ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଦ୍ୱାଦଶ ଶ୍ରେଣୀରେ ସ୍କୁଲର ୪ ଜଣ ୯୦%ରୁ ଓ ୨୪ ଜଣ ୮୦%ରୁ ଅଧିକ ନମ୍ବର ରଖିଛନ୍ତି। ଅଂଶୁମାନ ବିଶ୍ୱାଳ ୯୬.୪%, ଅଭିନବ ସାହୁ ୯୨.୪% ଓ ଆରୁଷି ମହାନ୍ତି ୯୧% ମାର୍କ ରଖି ସ୍କୁଲର ଗୌରବ ବଢ଼ାଇଛନ୍ତି। ବିଜେ ଶିକ୍ଷା ପରିଷଦର ଅଧ୍ୟକ୍ଷ ରଘୁନାଥ ମିଶ୍ର, ପରିଚାଳକ ପ୍ରତାପ ଜେନା, ସ୍କୁଲ ଅଧକ୍ଷା ଅଳକା ଦାସ ମହାନ୍ତି, ଉପାଧ୍ୟକ୍ଷ ମନୋରଞ୍ଜନ ବେଜ ବିଦ୍ୟାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ସଫଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।
କେଦାରଗୌରୀ ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍
ଦଶମରେ ୩୮ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଆକାଶ ପାଣି ୯୮.୨% ନମ୍ବର ରଖି ସ୍କୁଲ ଟପର୍ ହୋଇଛନ୍ତି। ଦ୍ବାଦଶ ପରୀକ୍ଷାରେ ୨୩ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ତୁହିନ ସାମନ୍ତରାୟ ୯୬.୨% ନମ୍ବର ରଖି ଟପର୍ ହୋଇଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷା ଅର୍ଚ୍ଚନା ମିଶ୍ର, ଉପାଧ୍ୟକ୍ଷ ତପନ କୁମାର ଶତପଥୀ ଓ ପରିଚାଳନା ମଣ୍ଡଳୀର ସମସ୍ତ ସଦସ୍ୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
କାର୍ମେଲ ସ୍କୁଲର ଶତ ପ୍ରତିଶତ ସଫଳତା
ଜଟଣୀ,୧୨/୫(ଇମିସ): ଜଟଣୀସ୍ଥିତ କାର୍ମେଲ ସ୍କୁଲକୁ ଶତ ପ୍ରତିଶତ ସଫଳତା ମିଳିଛି। ଦଶମରେ ୨୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ୍ କରିଛନ୍ତି। ୩୬ଜଣ ୯୦%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଦ୍ୱାଦଶରେ ୧୨୬ଜଣ ପିଲା ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି। ଦଶମରେ ବିସ୍ମୟ କୁମାର ବିଶ୍ବେଶ୍ବରାୟ, ଅଭିଷେକ ସାହୁ ଓ ଶାନଭି ମିଶ୍ର ୯୮% ନମ୍ବର ରଖି ସ୍କୁଲ ଟପର୍ ହୋଇଛନ୍ତି। ଦ୍ବାଦଶ ବିଜ୍ଞାନ ବିଭାଗରେ ସ୍ମୃତିରଞ୍ଜନ ସାହୁ ୯୭% ଓ ବାଣିଜ୍ୟ ବିଭାଗରେ ରୋନକ ଅଗ୍ରୱାଲ ୯୬% ନମ୍ବର ରଖି ସ୍କୁଲ ଟପର୍ ହୋଇଛନ୍ତି। ବିଦ୍ୟାଳୟର ସାମଗ୍ରିକ ହାର ୧୦୦% ରହିଛି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ବିଦ୍ୟାଳୟର ନିର୍ଦ୍ଦେଶକ ସଞ୍ଜିବିତୋ ପାଣି, ଅଧ୍ୟକ୍ଷା ଅରୁପମା ରାଉତରାୟ ଅଭିନନ୍ଦନ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/fhsfhhsfhsh.jpg)