ମଣ୍ଡିକୁ ଯାଇ ଧାନ ବିକିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଏସ୍‌. ରାମପୁର : ପ୍ରତିଥର ପରି ଏଥର ମଧ୍ୟ ନିଜେ ପ୍ୟାକ୍ସକୁ ଯାଇ ଧାନ ବିକ୍ରି କଲେ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ମନ୍ତ୍ରୀ ଶ୍ରୀ ପୂଜାରୀ ବୁଧବାର ନିଜ ଗାଁ ରାମପୁରସ୍ଥିତ ପ୍ୟାକ୍ସକୁ ଯାଇ ତିନିଟି ଟୋକନରେ ମୋଟ ୩୬୯.୬୪ କ୍ବିଣ୍ଟାଲ ଧାନ ଏଣ୍ଟ୍ରିକରି  ବିକ୍ରି କରିଥିବା ପ୍ୟାକ୍ସ ସମ୍ପାଦକ ତ୍ରିଲୋଚନ ସାହୁ ସୂଚନା ଦେଇଛନ୍ତି।

ପ୍ୟାକ୍ସ ଡିଇଓ ଅନୀଲ ଯୁଆଡ଼ି ମନ୍ତ୍ରୀଙ୍କ ଆଖି ସ୍କାନ କରି ଧାନ ବିକ୍ରି ପ୍ରକ୍ରିୟାକୁ ପରିଚାଳନା କରିଥିଲେ। ଚଳିତ ରବି ଧାନ କିଣା ବିକାରେ ଯେଭଳି କୌଣସି ପ୍ରକାର ଅସୁବିଧା ନହୁଏ ଏବଂ ଚାଷୀ ଯେମିତି ହଇରାଣ ନହେବେ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ୟାକ୍ସ କର୍ମଚାରୀଙ୍କୁ କହିଥିଲେ। ମିଲ୍‌ଗୁଡ଼ିକର ଟାର୍ଗେଟକୁ ନେଇ ଚାଷୀଙ୍କ ଚିନ୍ତା ସମ୍ବନ୍ଧୀୟ କେତେକ ସମସ୍ୟା ବାବଦରେ ମନ୍ତ୍ରୀଙ୍କୁ ପ୍ୟାକ୍ସ ସମ୍ପାଦକ ଶ୍ରୀ ସାହୁ ସୂଚନା ଦେଇଥିଲେ। ଟାର୍ଗେଟ ନେଇ ଚାଷୀଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ଶ୍ରୀ ପୂଜାରୀ ଏହି ଅବସରରେ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର