୧୦ରୁ ଊର୍ଧ୍ୱ ଜିଲ୍ଲାରେ ବଜ୍ରପାତ ଆଶଙ୍କା, ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ରୁ ଊର୍ଧ୍ୱ ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି। ବଜ୍ରପାତକୁ ଦୃଷ୍ଟିରେ ରଖି ପାଣିପାଗ ବିଜ୍ଞାନ କେନ୍ଦ୍ର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଢ଼େଙ୍କାନାଳ, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି।

ସେହିପରି ୧୪ରୁ ୧୫ ତାରିଖ ମଧ୍ୟରେ ବଜୁଳି ଓ ଘଡ଼ଘଡ଼ି ଆଶଙ୍କା ଥିବା ନେଇ ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ମୟୁରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ରପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଗତକାଲି ରାୟଗଡ଼ାରେ ୬ମିମି, ଗଜପତିରେ ୫ମିମି, ବରଗଡ଼ରେ ୫ ମିମି, କୋରାପୁଟରେ ୫ମିମି, ଝାରସୁଗୁଡାରେ ୪ମିମି, କୋରାପୁଟରେ ୪ମିମି, ପୁରୀରେ ୪ମିମି, ଜଗତସିଂହପୁରରେ ୩ମିମି ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ଗୋପାଳପୁରରେ ସର୍ବାଧିକ ତାପମାତ୍ରା ୩୫ଡିଗ୍ରି ସେଲସିୟସ୍‌ ଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ୧୬.୫ ଡିଗ୍ରି ସେଲସିୟସ୍‌ ତାପମାତ୍ରା ରହିଛି।

ସମ୍ବନ୍ଧିତ ଖବର