ରିଆମାଳ: ରିଆମାଳ ପଟାଭାଡ଼ିସାହି ସ୍ଥିତ ଜାତୀୟ ରାଜପଥ କଡ଼ରେ ଥିବା କାଳିଆ ହୋଟେଲରେ ଶୁକ୍ରବାର ନିଆଁ ଲାଗିଯାଇଛି। ଶୁକ୍ରବାର ସନ୍ଧ୍ୟାରେ ହୋଟେଲର ମାଲିକ କାଳିଆ ସାହୁ ଗ୍ୟାସ୍ ଚୁଲା ଲଗାଇ ଜଳଖିଆ ପ୍ରସ୍ତୁତ କରୁଥିଲେ। ତେବେ ଗ୍ୟାସ ଲିକ୍ ହୋଇ ହୋଟେଲକୁ ନିଆଁ ଧରିଥିଲା।
ରିଆମାଳ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏଥିରେ ହୋଟେଲର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। କାଳିଆଙ୍କୁ କ୍ଷତିପୂରଣ ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/32-12.jpg)