ଶୋଇଥିବା ବେଳେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ

ଧଣ୍ଡାମୁଣ୍ଡା: ଖପ୍ରାଖୋଲ ବ୍ଲକ୍‌ ଧଣ୍ଡାମୁଣ୍ଡା ପଞ୍ଚାୟତ କଟାପାଲି ଗାଁର ନୀଳାଥର କଠାର (୬୭) ଶୁକ୍ରବାର ରାତିରେ ଶୋଇଥିବା ବେଳେ ହଠାତ୍‌ ତାଙ୍କ ଘର ଭୁଶୁଡ଼ି ପଡ଼ିଥିଲା। ସୌଭାଗ୍ୟ ବଶତଃ ସେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ନୀଳାଥରଙ୍କ କହିବା ଅନୁସାରେ, ତାଙ୍କର ଗୋଟିଏ ଝିଅକୁ ସେ ବାହା ଦେଇ ସାରିଛନ୍ତି।

ତାଙ୍କ ସ୍ତ୍ରୀ ଆରପାରିରେ। ଘରେ ଏକାକୀ ରହୁଥିଲେ ଓ କୁଲି ମଜୁରି କରି ଚଳୁଥିଲେ। ବୟସ ଅଧିକ ହେବାରୁ ଆଉ କାମ କରି ପାରୁ ନହାନ୍ତି। ବହୁ କଷ୍ଟରେ ଦଦରା ଘରେ ରହୁଥିଲେ। ଶୁକ୍ରବାର ରାତିରେ ହଠାତ ସେହି ଘର ଭାଙ୍ଗିଗଲା। ତୁରନ୍ତ ତାଙ୍କୁ ସରକାରୀ ସହାୟତା ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର