ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ ଶଗଡ଼ପଟା ପଞ୍ଚାୟତ କାଛମୁଣ୍ଡି ଓ କୁଚିଳାବାହାଳି ଗ୍ରାମରେ ଗତକାଲି ସନ୍ଧ୍ୟାରେ କାଳ ବୈଶାଖୀରେ ୩ ଟି ପରିବାରର ଘର ଛପର ଉଡ଼ିଗଲା। କାଳ ବୈଶାଖୀରେ କାଛମୁଣ୍ଡି ଗ୍ରାମର ପାର୍ବତୀ ମାଝି ଏବଂ କୁଚିଳାବାହାଳି ଗ୍ରାମର ଜଗନ୍ନାଥ କିସ୍କୋ ଓ ପଧାନ ହେମ୍ବ୍ରମଙ୍କ ଛପର ଉଡ଼ିଯାଇଛି।
ଏ ସମ୍ପର୍କରେ ସରପାଞ୍ଚ କୁମ୍ଭକର୍ଣ୍ଣ ଦଣ୍ଡପାଟ ହରିଚନ୍ଦନପୁର ତହସିଲଦାର ପ୍ରଶାନ୍ତ କୁମାର ସେଠୀଙ୍କୁ ଅବଗତ କରାଇଥିଲେ। ରାତିରେ ତହସିଲଦାର ଶ୍ରୀ ସେଠୀ ଓ ଶଗଡ଼ପଟା ରାଜସ୍ୱ ନିରୀକ୍ଷକ କ୍ଷମାନନ୍ଦ ନାୟକ ଉପରୋକ୍ତ ଦୁଇ ଗ୍ରାମକୁ ଯାଇ କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ ପ୍ରଦାନ କରିବା ସହ ତଦନ୍ତ କରିଥିଲେ। କ୍ଷତିଗ୍ରସ୍ତ ପରିବାରକୁ ଆବାସ ଯୋଜନାରେ ଘର ଯୋଗାଇ ଦେବାପାଇଁ ପୁରେନ୍ଦର ନାୟକଙ୍କ ସମେତ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/5-2.jpg)