ଘରେ ନିଆଁ ଲାଗିଯିବାରୁ ଜଳିଗଲେ ସ୍ୱାମୀ ଓ ସ୍ତ୍ରୀ

ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେଵାରୀ ଥାନା ବଳଦା ଗ୍ରାମରେ ଗତକାଲି ଘଟିଯାଇଛି ଏକ ଅଭାବନୀୟ ଘଟଣା। ଘରେ ନିଆଁ ଲାଗିଯିବାରୁ ସ୍ୱାମୀ ଓ ସ୍ତ୍ରୀ ଜୀବନ୍ତ ଦଗ୍ଧ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଘଟଣାରୁ ପ୍ରକାଶ ଯେ ଗତକାଲି ରାତ୍ରିରେ ଘରେ ଶୋଇଥିବା ସମୟରେ ନିଆଁ ଲାଗିଯିବାରୁ ପୂର୍ଣ୍ଣଚନ୍ଦ୍ର ଦେହୁରୀ(୩୫) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଦେହୁରୀ (୩୩) ଜଳିଗଲେ । ଘର ସାରା ନିଆଁ ଲାଗିଯିବାରୁ ଟିଭି ଓ ଅନ୍ୟାନ୍ୟ ଅସବାଵପତ୍ର ପୋଡ଼ିଯାଇଛି। ତେବେ  ପାଖଘରେ ଶୋଇଥିବା ୯ ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର