ରେଢ଼ାଖୋଲ: ରେଢ଼ାଖୋଲ ଥାନା ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ସ୍ବାମୀ ନାମରେ ମାମଲା ରୁଜୁ ହୋଇଛି। ପ୍ରାପ୍ତ ସୂଚନାନୁସାରେ ଢେଙ୍କାନାଳ ଅଞ୍ଚଳର ବାପି ଖିଲାର ସାତ ବର୍ଷ ତଳେ ରେଢ଼ାଖୋଲ ଥାନା ଶିଶୁପର୍ଣ୍ଣ ଗ୍ରାମର ବନିତା ଖିଲାରଙ୍କୁ ବିବାହ କରିଥିଲେ। ବିବାହ ପରେ ସବୁ ଠିକ୍ଠାକ୍ ଚାଲିଥିଲା।
ବାପି ଶ୍ବଶୁର ଘରେ ଘରଜ୍ବାଇଁ ଭାବେ ରହୁଥିଲେ। ତାଙ୍କର ଏକ ୪ ବର୍ଷର ପୁଅ ରହିଛି। ମାତ୍ର କିଛି ମାସ ହେଲା ବାପି ଅନିତାଙ୍କୁ ନିୟମିତ ଶରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ପରିକି ମାରଧର ମଧ୍ୟ କରୁଥିଲେ। ରବିବାର ରାତିରେ ଅତ୍ୟାଚାର ଚରମ ସୀମାରେ ପହଞ୍ଚିଥିଲା। ବାପି ଅନିତାଙ୍କୁ ମାଡ଼ପିଟ୍ କରିବା ସହ ତାଙ୍କ ଆଧାର କାର୍ଡ, ବ୍ୟାଙ୍କ୍ ପାସ୍ ବହି, ମହିଳା ସଂଘର ବିଭିନ୍ନ କାଗଜପତ୍ର ସବୁ ଚିରି ପୋଡ଼ି ଦେଇଥିଲେ। ଫଳରେ ଆଜି ବନିତା ରେଢ଼ାଖୋଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ବାପି କାଲି ରାତିରୁ ଫେରାର୍ ଥିବାରୁ ପୁଲିସ୍ ତାଙ୍କୁ ଗିରଫ କରିପାରି ନାହିଁ।