ସମ୍ବଲପୁର : ପ୍ରଥମେ ପ୍ରେମ, ତାପରେ ବିବାହ। ପିଲା ଜନ୍ମ ହେବା ପରେ ଏବେ ସ୍ବାମୀ ମା ଓ ପିଲାକୁ ଛାଡ଼ି ଫେରାର୍‌ ମାରିଛି। ସମ୍ବଲପୁର ସହରରେ ଘଟିଥିବା ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ର ଯୁବତୀ ଓ ଆଠଗଡ଼ର ଯୁବକଙ୍କ ମଧ୍ୟରେ ୨୦୧୯ରେ ପ୍ରେମ ଆରମ୍ଭ ହୋଇଥିଲା। ଭୁବନେଶ୍ବରରେ ଦେଖା ହେବା ପରେ ୨ ବର୍ଷ ଯାଏ ପ୍ରେମ ସମ୍ପର୍କରେ ରହିଥିଲେ ଉଭୟେ। ପରବାର ଲୋକଙ୍କ ଅଜାଣତରେ ଉଭୟେ ୨୦୨୧ରେ କୋର୍ଟମ୍ୟାରେଜ୍‌ କଲେ। ତାପରେ ସବୁ କିଛି ଠିକ୍‌ ଚାଲିଥିଲା। ରୋଜଗାର ପାଇଁ ଯୁବକ ଜଣକ ଏକ ଅନ୍‌ଲାଇନ୍‌ ସଂସ୍ଥାରେ ଯୋଡ଼ି ହୋଇ ଯୁବତୀଙ୍କୁ ଧରି ସମ୍ବଲପୁର ଆସିଲେ। ସମ୍ବଲପୁର ସହରରେ ଉଭୟେ ୨୦୨୧ରୁ ରହୁଥିଲେ। ଏସବୁ ଭିତରେ ଉଭୟଙ୍କର ଏକ ପିଲା ଜନ୍ମ ହେଲା। ପିଲାକୁ ବର୍ତ୍ତମାନ ୭ ମାସ। କିଛି ଦିନ ପୂର୍ବରୁ ଯୁବତୀଙ୍କୁ କିଛି ନ ଜଣାଇ ଯୁବକ ଜଣକ ଘର ଛାଡ଼ି ଫେରାର୍‌ ହୋଇଯାଇଥିଲେ। ଯୁବତୀଙ୍କ ସୁନା ଅଳଙ୍କାର ଠାରୁ ଆରମ୍ଭ କରି କୋର୍ଟ ମ୍ୟାରେଜ୍‌ କାଗଜ, ପରିଚୟ ପତ୍ର ଆଦି ଚୋରି କରି ଯୁବକ ଜଣକ ଫେରାର୍‌ ହୋଇଯାଇଥିବା ଯୁବତୀ ଅଭିଯୋଗ ଆଣିଛନ୍ତି। ଯୁବତୀ ଜଣକ ‘ସଖୀ-ଵାନ୍‌ ଷ୍ଟପ୍‌ ସେଣ୍ଟର’ ସହ ଯୋଗାଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।