ସରକାରୀ କୋଠା ଭାଙ୍ଗିଦେଲେ ସମିତିସଭ୍ୟାଙ୍କ ସ୍ବାମୀ

ସମ୍ବଲପୁର: ନିର୍ମାଣ ହେଉଥିବା ଏକ ସରକାରୀ କୋଠାକୁ ଜଣେ ସମିତି ସଭ୍ୟାଙ୍କ ସ୍ବାମୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଶାସନ ଥାନା ଅଧୀନ ତବଡାବାହାଲା ପଞ୍ଚାୟତର ପିଡିଏସ୍‌ ଗୋଦାମ ଗୃହ ଉପରେ ସରକାରୀ କୋଠା ନିର୍ମାଣ ହେଉଥିଲା। ସମିତିସଭ୍ୟାଙ୍କ ସ୍ବାମୀ ଆସି କୋଠା ନିର୍ମାଣକୁ ବିରୋଧ କରିଥିଲେ।

ନିର୍ମାଣ କରୁଥିବା ମିସ୍ତ୍ରି ଓ ଶ୍ରମିକଙ୍କ ସହ ଯୁକ୍ତିତର୍କ କରି ଝଗଡା କରିଥିଲେ। ପରେ ରାଗିଯାଇ ସମିତିସଭ୍ୟାଙ୍କ ସ୍ବାମୀ ନିର୍ମାଣ ହେଉଥିବା କାନ୍ଥକୁ ଭାଙ୍ଗି ଦେଇଥିଲେ। ଏନେଇ ତବଡାବାହାଲ ସରପଞ୍ଚ ଶାସନ ଥାନାରେ ସମିତି ସଭ୍ୟାଙ୍କ ସ୍ବାମୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଠିକା କାମକୁ ନେଇ ଝଗଡ଼ା ହୋଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର