ଭୁବନେଶ୍ବର : କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ସାମିନେସନ (ସିଆଇଏସ୍ସିଇ) ଦ୍ବାରା ପରିଚାଳିତ ଦଶମ (ଆଇସିଏସ୍ଇ) ଓ ଦ୍ବାଦଶ (ଆଇଏସ୍ସି) ଶ୍ରେଣୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ଅପରାହ୍ଣ ୩ଟାରେ ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ବୋର୍ଡ ୱେବସାଇଟ୍ www.cisce.org ଓ www.results.cisce.org ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ନିଜର ରେଜଲ୍ଟ ଜାଣିପାରିବେ। ଏଥିସହ ସ୍କୁଲଗୁଡ଼ିକ ବୋର୍ଡର କ୍ୟାରିଅର ପୋର୍ଟାଲକୁ ବ୍ୟବହାର କରି ପରୀକ୍ଷାଫଳ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି। ସିଆଇଏସ୍ସିଇ ଅଧୀନରେ ରାଜ୍ୟର ୯୬ଟି ବିଦ୍ୟାଳୟ ରହିଛି। ଯେଉଁଥିରେ ଉଭୟ ଶ୍ରେଣୀର ପାଖାପାଖି ୧୦ ହଜାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ।
ଆଇସିଏସ୍ଇ ଓ ଆଇଏସ୍ସି ରେଜଲ୍ଟ ଆଜି
/sambad/media/post_attachments/wp-content/uploads/2018/05/icse.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)