ହୀରାକୁଦ ଡ୍ୟାମ୍‌ ନିର୍ମାଣର ୬୪ ବର୍ଷ ପରେ ବି ବିସ୍ଥାପିତଙ୍କ ଦୁଃଖ ସିରିନି

୫ ଦଫା ଦାବିରେ ଆର୍‌ଡିସି ଅଫିସ୍‌ ଆଗରେ ଧାରଣା

ସମ୍ବଲପୁର : ହୀରାକୁଦ ଡ୍ୟାମ୍‌ ନିର୍ମାଣକୁ ଇତିମଧ୍ୟରେ ୬୪ ବର୍ଷ ପୂରି ସାରିଛି। ହେଲେ ବର୍ତ୍ତମାନ ସୁଦ୍ଧା ସହସ୍ରାଧିକ ବିସ୍ଥାପିତ ସରକାରୀ ସହାୟତା ପାଇବାରୁ ବଞ୍ଚିତ। ବିସ୍ଥାପିତମାନେ କ୍ଷତିପୂରଣଠାରୁ ଆରମ୍ଭ କରି ଅନୁକମ୍ପା ରାଶି ତଥା ଘରଡିହ ପାଇବାରୁ ବଞ୍ଚିତ ଅଛନ୍ତି। କିନ୍ତୁ ସରକାର ଏ ସମ୍ପର୍କିତ ପ୍ରକୃତ ତଥ୍ୟକୁ ଲୁଚାଇବା ଅଭିଯୋଗ କରିଛି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି। ହୀରାକୁଦ ବାସଚ୍ୟୁତଙ୍କୁ ଥଇଥାନ, କ୍ଷତିପୂରଣ ଓ ଘରଡିହ ବଣ୍ଟନରେ କରାଯାଉଥିବା ଅବହେଳାକୁ ପ୍ରତିବାଦ ଜଣାଇ ଦୀର୍ଘ ୨୦ ବର୍ଷ ହେଲା ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ଆନ୍ଦୋଳନ କରିଆସିଛି।

ପାଞ୍ଚ ଦଫା ଦାବି ନେଇ ଆଜି ଉତ୍ତରାଞ୍ଚଳ ରାଜସ୍ବ କମିସନର(ଆର୍‌ଡିସି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ଧାରଣା ଦିଆଯାଇଛି। ୫ ଦଫା ସମ୍ବଳିତ ଦାବିପତ୍ର ସମିତି ପକ୍ଷରୁ ଆର୍‌ଡିସିଙ୍କ ଜରିଆରେ ମୁଖ୍ୟ ସଚିବଙ୍କୁ ପ୍ରଦାନ କରାଯାଇଛି। ସମିତି ଅଧ୍ୟକ୍ଷା ଶୈଳବାଳା ପ୍ରଧାନଙ୍କ ନେତୃତ୍ବରେ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ପାଢ଼ି, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ବକ୍ସି, କୋଷାଧ୍ୟକ୍ଷ କୃଷ୍ଣ ଦୟାଲ ପଣ୍ଡା, ଉପଦେଷ୍ଟା ଲୋକନାଥ ସାହୁ, କିଶୋର ମିଶ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର