ରାଜନଗର: ବାତ୍ୟା ତାଳଚୁଆ ସାମୁଦ୍ରିକ ଥାନା ଅଂଚଳରେ ପ୍ରଳୟ ରଚିବ। ଜିରୋ କାଜୁଆଲ୍ଟି ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନ ସହ ପୁଲିସ ବିଭାଗ ସହଯୋଗ କରି ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରଖିଛନ୍ତି। ବାଘମାରି ପଞ୍ଚାୟତ ଅମରାବତୀ ଗାଁର ଜଣେ ୯୧ ବର୍ଷୀୟା ବୃଦ୍ଧା ବୟସାଧିକ କାରଣରୁ ଆଶ୍ରୟସ୍ଥଳକୁ ଆସିପାରୁ ନ ଥିଲେ। ଏହି ଅଂଚଳରେ ବିଲବାଡ଼ି ସବୁ ବୁଡ଼ି ଯାଇଥିବାରୁ ଲୋକମାନଙ୍କୁ ପାଣିରେ ପଶି ଆଶ୍ରୟସ୍ଥଳକୁ ଆସିବାକୁ ପଡୁଛି। ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ସେଠାରେ ପହଞ୍ଚି ଶିକାଭାରରେ ବୃଦ୍ଧାଙ୍କୁ କାନ୍ଧେଇ ଅମରାବତୀ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଆଶ୍ରୟସ୍ଥଳକୁ ଆଣିଛନ୍ତି। ଆଇଆଇସି ନିଜେ କାନ୍ଧରେ ଲୋକମାନଙ୍କୁ ବୋହି ଆଶ୍ରୟସ୍ଥଳକୁ ନେଉଥିବା ଦେଖି ବିଭାଗର ଅନ୍ୟ ପୁଲିସମାନେ ମଧ୍ୟ ଅନ୍ୟମାନଙ୍କୁ ସ୍ଥାନାନ୍ତରରେ ସହଯୋଗ କରିଥିଲେ। ଆଇଆଇସିଙ୍କ ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି।
ବୃଦ୍ଧାଙ୍କୁ ବୋହି ଆଶ୍ରୟସ୍ଥଳ ଆଣିଲେ ଆଇଆଇସି
/sambad/media/post_attachments/wp-content/uploads/2021/05/54564j654jgdjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)