ରାଜ୍ୟ ରାଜନୀତିରେ ଗଞ୍ଜାମ ମହିଳାଙ୍କ ପ୍ରଭାବ : ରାଜ ପରିବାରରୁ ଆସିଛନ୍ତି ୬ ସଦସ୍ୟା, ରେକର୍ଡ ସୃଷ୍ଟି କରିଛନ୍ତି ଖଲ୍ଲିକୋଟ ରାଣୀ ସୁଜ୍ଞାନୀ

ଅନ୍ତର୍ଜାତୀୟ ମହିଳା ଦିବସ

ବ୍ରହ୍ମପୁର, (ପ୍ରଦୀପ କିଶୋର ସାହୁ) : ରାଜ୍ୟ ରାଜନୀତିରେ ଗଞ୍ଜାମ ଜିଲ୍ଲାର ଭୂମିକା ସର୍ବଦା ରହିଆସିଥିବାବେଳେ ଏଥିରେ ମହିଳା ରାଜନେତାଙ୍କ ଅବଦାନ ବି କିଛି କମ୍ ନୁହେଁ। ସ୍ବାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରେ ବି ଗଞ୍ଜାମ ଜିଲ୍ଲା ମହିଳାଙ୍କ ପ୍ରତିନିଧିତ୍ବ ରହିଆସିଛି। ଅଦ୍ୟାବଧି ଜିଲ୍ଲାରୁ ୧୧ଜଣ ମହିଳା ରାଜ୍ୟ ବିଧାନସଭାରେ ପ୍ରତିନିଧିତ୍ବ କରିଛନ୍ତି। ଏଥିମଧ୍ୟରୁ କେବଳ ରାଜପରିବାରର ୬ଜଣ ସଦସ୍ୟା ରହିଛନ୍ତି। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ରାଣୀ ତଥା ପ୍ରାକ୍ତନ ବିଧାୟିକା ଭି.ସୁଜ୍ଞାନୀ ଦେଓ ୧୦ ଥର ନିର୍ବାଚିତ ହୋଇ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଭି. ସୁଜ୍ଞାନୀ ଦେଓଙ୍କ ପରେ ଚିକିଟି ବିଧାୟିକା ଉଷା ଦେବୀ ୬ଥର ଲାଗି ପ୍ରତିନିଧିତ୍ବ କରୁଛନ୍ତି।

ରାଜ୍ୟର ଅନ୍ୟତମ ବୃହତ୍ତମ ଜିଲ୍ଲା ଗଞ୍ଜାମ। ଜିଲ୍ଲା ଲୋକସ˚ଖ୍ୟାର ଅର୍ଦ୍ଧାଧିକ ରହିଛନ୍ତି ମହିଳା। ୨୦୧୧ ଜନଗଣନା ଅନୁଯାୟୀ, ଜିଲ୍ଲାର ମହିଳା ସ˚ଖ୍ୟା ୧୭ଲକ୍ଷ ୭୪ହଜାର ୮୧୩। ଏହି ସ˚ଖ୍ୟା ବୃଦ୍ଧି ପାଇ ଏବେ ୨୦ଲକ୍ଷ ଉପରକୁ ଛୁଇଁବଣି। ସ୍ବାଧୀନତା ପୂର୍ବବର୍ତ୍ତୀ ସମୟରୁ ହିଁ ଗଞ୍ଜାମ ରାଜନୀତିରେ ମହିଳାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହି ଆସିଛି। ୧୯୩୭ ପ୍ରଥମ ବିଧାନସଭା ନିର୍ବାଚନରେ ବ୍ରହ୍ମପୁର ଆସନରୁ ଏ. ଲକ୍ଷ୍ମୀବାଇ କ˚ଗ୍ରେସ ଦଳରୁ ନିର୍ବାଚିତ ହୋଇ ବିଧାୟିକା ହୋଇଥିଲେ। ସେହିଥର ବିଧାନସଭାରେ ମାତ୍ର ୨ଜଣ ବିଧାୟିକା ଥିଲେ।

ସ୍ବାଧୀନତା ପରେ ୧୯୫୭ ମସିହା ବିଧାନସଭା ନିର୍ବାଚନରେ ଦିଗପହଣ୍ତି ଆସନରୁ ଦିଗପହଣ୍ତି ରାଣୀ ଅନଙ୍ଗ ମଞ୍ଜରୀ ଦେବୀ କ˚ଗ୍ରେସରୁ ଲଢ଼ି ବିଧାୟିକା ହୋଇଥିଲେ। ୧୯୬୧ ମସିହା ବିଧାନସଭା ନିର୍ବାଚନରେ ଜିଲ୍ଲାର ଖଲ୍ଲିକୋଟ ଆସନରୁ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ନିର୍ବାଚିତ ହୋଇଥିଲେ। କିନ୍ତୁ ତାଙ୍କର ଦେହାନ୍ତ ପରେ ସେଠାରେ ଉପ ନିର୍ବାଚନ ହୋଇଥିଲା। ସ୍ବର୍ଗତ ରାମଚନ୍ଦ୍ରଙ୍କ ବୋହୂ ଭି.ସୁଜ୍ଞାନୀ ଦେଓ ରାଜନୀତିରେ ପାଦ ଥାପିଥିଲେ। ଏହି ଆସନରୁ ଜିତି ସେ ବିଧାନସଭାକୁ ଯାଇଥିଲେ। ୧୯୬୭ ଓ ୧୯୭୧ ମସିହା ବିଧାନସଭା ନିର୍ବାଚନରେ ରାଜ୍ୟ ବିଧାନସଭାରେ ଗଞ୍ଜାମ ଜିଲ୍ଲା ମହିଳାଙ୍କ ପ୍ରତିନିଧିତ୍ବ ନ ଥିଲା। ୧୯୭୪ ମସିହା ନିର୍ବାଚନରେ ଖଲ୍ଲିକୋଟ ଆସନରୁ ଭି.ସୁଜ୍ଞାନୀ ଦେଓ ଉତ୍କଳ କ˚ଗେସରୁ ଲଢ଼ି ବିଜୟୀ ହୋଇଥିଲେ।

୧୯୭୭ ମସିହା ନିର୍ବାଚନରେ ଖଲ୍ଲିକୋଟରୁ ଭି.ସୁଜ୍ଞାନୀ ଦେଓ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ବଜୟୀ ହୋଇଥିଲେ। ବ୍ରହ୍ମପୁର ଆସନରୁ ମହୁରୀ ରାଣୀ ରତ୍ମମଞ୍ଜରୀ ଦେବୀ ସ୍ବାଧୀନ ଭାବେ ଲଢ଼ି ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କୁ ହରାଇ ବିଜୟୀ ହୋଇଥିଲେ। ୧୯୮୦ ମସିହା ନିର୍ବାଚନରେ ରାଜ୍ୟ ବିଧାନସଭାରେ ଗଞ୍ଜାମ ମହିଳାଙ୍କ ଉପସ୍ଥିତି ଶୂନ୍ୟ ରହିଥିଲା। ୧୯୮୪ ନିର୍ବାଚନରେ ଖଲ୍ଲିକୋଟ ଆସନରେ ଜନତା ଦଳରୁ ପୁଣି ଭି.ସୁଜ୍ଞାନୀ ଦେଓ ବିଜୟୀ ହୋଇଥିଲେ। ୧୯୯୦ରେ ଖଲ୍ଲିକୋଟରୁ ଭି.ସୁଜ୍ଞାନୀ ଦେବୀ, ସୋରଡ଼ା ଆସନରୁ ଧରାକୋଟ ରାଣୀ ଶାନ୍ତି ଦେବୀ ଏବ˚ ଚିକିଟି ଆସନରୁ ଉଷାଦେବୀ ବିଜୟୀ ହୋଇଥିଲେ। ୧୯୯୫ରେ ଖଲ୍ଲିକୋଟରୁ ପୁଣି ଭି.ସୁଜ୍ଞାନୀ ଦେଓ ଏବ˚ ଆସିକାରୁ ଉଷାରାଣୀ ପଣ୍ତା ବିଜୟୀ ହୋଇ ବିଧାୟିକା ହୋଇଥିଲେ। ୨୦୦୦ ନିର୍ବାଚନରେ ଖଲ୍ଲିକୋଟରେ ଭି.ସୁଜ୍ଞାନୀ ଦେଓ, ଚିକିଟିରୁ ଉଷା ଦେବୀ ଓ ସୋରଡ଼ା ଆସନରୁ ଉଷାରାଣୀ ପଣ୍ତା ଏବ˚ ୨୦୦୪ରେ ଖଲ୍ଲିକୋଟରୁ ଭି.ସୁଜ୍ଞାନୀ ଦେଓ ଓ ଚିକିଟିରୁ ଉଷାଦେବୀ ନିର୍ବାଚିତ ହୋଇଥିଲେ। ୨୦୦୯ ନିର୍ବାଚନରେ କବିସୂର୍ଯ୍ୟନଗରରୁ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନୀ ଦେଓ ଓ ଚିକିଟିରୁ ଉଷାଦେବୀ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ କବିସୂର୍ଯ୍ୟନଗରରୁ ଖଲ୍ଲିକୋଟ ରାଣି ଭି.ସୁଜ୍ଞାନୀ ଦେଓ, ଚିକିଟିରୁ ଉଷାଦେବୀ ଓ ସାନଖେମୁଣ୍ତି ଆସନରୁ ଧରାକୋଟ ରାଣୀ ନନ୍ଦିନୀ ଦେବୀ ନିର୍ବାଚିତ ହୋଇଥିଲେ।

୨୦୧୯ରେ ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ ଓ ଆସିକାରୁ ମଞ୍ଜୁଳା ସ୍ବାଇଁ ନିର୍ବାଚିତ ହୋଇଛନ୍ତି। ଏହାକୁ ଅନୁଧ୍ୟାନ କଲେ ଗଞ୍ଜାମ ଜିଲ୍ଲାରୁ ୧୯୩୭ ମସିହା ଠାରୁ ଅଦ୍ୟାବଧି ଜିଲ୍ଲାରୁ ୧୧ ଜଣ ମହିଳା ରାଜ୍ୟ ବିଧାନସଭାକୁ ଯାଇଛନ୍ତି।

ଅନ୍ୟପକ୍ଷରେ, ରାଜ୍ୟ ତୁଳନାରେ କେନ୍ଦ୍ରରେ ଅର୍ଥାତ ଲୋକସଭା ଓ ରାଜ୍ୟସଭାରେ ଗଞ୍ଜାମର ମହିଳା ପ୍ରତିନିଧିତ୍ବ ନିରୁତ୍ସାହଜନକ ରହିଛି। ଗଞ୍ଜାମ ଜିଲ୍ଲାରୁ ଆଜି ଯାଏ ୪ଜଣ ମହିଳା ପ୍ରତିନିଧିତ୍ବ କରିଛନ୍ତି। ୧୯୯୮ ମସିହାରୁ ବ୍ରହ୍ମପୁର ଆସନରେ କ˚ଗ୍ରେସରୁ ଜୟନ୍ତୀ ପଟ୍ଟନାୟକ ବିଜୟୀ ହୋଇ ଲୋକସଭା ଯାଇଥିଲେ। ୧୯୯୯ ଉପ ନିର୍ବାଚନରେ ଆସିକା ଲୋକସଭା ଆସନରୁ କୁମୁଦିନୀ ପଟ୍ଟନାୟକ ବିଜୟୀ ହୋଇଥିଲେ। ଗତ ୨୦୧୯ ନିର୍ବାଚନରେ ଆସିକା ଲୋକସଭା ଆସନରୁ ପ୍ରମିଳା ବିଷୋୟୀ ନିର୍ବାଚିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ଏକମାତ୍ର ମହିଳା ଭାବେ ରେଣୁବାଳା ପ୍ରଧାନ ରାଜ୍ୟସଭାକୁ ଯାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ପୂର୍ବତନ ଆସିକା ଲୋକସଭା ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ଜନ୍ମମାଟି ଆସିକା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର