ରାଇରଙ୍ଗପୁର/ଘାଗରବେଡ଼ା: ମୟୂରଭଞ୍ଜ ଜିଲ୍ଲା ଯଶିପୁର-ରରୁଆଁ ମୁଖ୍ୟରାସ୍ତାର ବେନିସାଗର ଛକରୁ ମାତ୍ର ଦୁଇଶହ ମିଟର ଗଲେ ପଡ଼ୋଶୀ ଝାଡ଼ଖଣ୍ତ ରାଜ୍ୟର ସୀମା ରହିଛି। ସୀମାରେ ଝାଡ଼ଖଣ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ନାମଫଳକ ଲଗାଯାଇଥିଲା। ଯେଉଁଥିରେ ମୟୂରଭଞ୍ଜର ପ୍ରସିଦ୍ଧ ମା’ କୀଚକେଶ୍ବରୀଙ୍କ ପୀଠ ଖିଚିଂକୁ ରାସ୍ତା ସୂଚିତ ହୋଇଥିଲା। ତେବେ ଉକ୍ତ ନାମଫଳକରେ ‘ଖିଚିଂ’ ବଦଳରେ ‘କିଚିନ’ ଲେଖାଥିଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଏନେଇ ‘ସମ୍ବାଦ’ରେ ମଧ୍ୟ ଏକ ଖବର ପ୍ରକାଶ ପାଇଥିଲା। ଯାହାର ପ୍ରଭାବ ପଡ଼ିଛି। ସୂଚନାଫଳକରେ ଲେଖାଥିବା ‘କିଚିନ’ ସଂଶୋଧିତ ହୋଇ ‘ଖିଚିଂ’ ହୋଇଥିବା ଜଣାପଡ଼ିଛି। ଫଳରେ ଅଂଚଳବାସୀ ‘ସମ୍ବାଦ’କୁ ଧନ୍ୟବାଦ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/15-5.jpg)