ବଳପୂର୍ବକ ନାବାଳିକା ବିବାହକୁ ବନ୍ଦ କଲା ଅନ୍ତର୍ଜାତୀୟ ମାନବାଧିକାର ପରିଷଦ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଅଧୀନ ଏକ ଗାଁରେ ଦୁଇ ଦିନ ପୂର୍ବେ ଜଣେ ନାବାଳିକାକୁ ତାଙ୍କ ପରିବାର ସଦସ୍ୟ ବଳପୂର୍ବକ ବିବାହ କରିବାକୁ ଉଦ୍ୟମ କରୁଥିବା ଖବର ପାଇ ସ୍ୱେଚ୍ଛାସେବୀ ସଂଗଠନ, ପୁଲିସ ଓ ଚାଇଲ୍ଡ ଲାଇନ୍ ସହାୟତାରେ ଏହାକୁ ବନ୍ଦ କରାଯିବା ସହ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।

ସୂଚନାନୁସାରେ, ଜଣେ ନାବାଳିକାଙ୍କୁ ଘରେ ବନ୍ଦ କରି ତାଙ୍କ ପରିବାର ସଦସ୍ୟମାନେ ବଳପୂର୍ବକ ବିବାହ କରିବାକୁ ଉଦ୍ୟମ କରୁଥିବା ନେଇ ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ରାଜ୍ୟ ସଭାପତି ସସ୍ମିତା ଦାଙ୍କୁ ସୂଚନା ମିଳିଥିଲା । ଏନେଇ ସେ ଖୋର୍ଦ୍ଧା ଏସ୍ପି ଅଲେଖ ପହି ଓ ଚାଇଲ୍ଡ ଲାଇନ୍ ସହ ଯୋଗାଯୋଗ କରି ଘଟଣାସ୍ଥଳରେ ପହଂଚି ନାବାଳିକାଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର କରିଥିଲେ ।

ଏନେଇ ସୂଚନା ଦେଇ ସସ୍ମିତା ଦାସ କହିଛନ୍ତି ଯେ ଘଟଣା ସମ୍ପର୍କରେ ସୂଚନା ଦେବା ପରେ ପୁଲିସ ଓ ଚାଇଲ୍ଡ ଲାଇନ ତୁରନ୍ତ ସହଯୋଗ କରିଥିଲେ । ପୁଲିସ ଏସ୍ଆଇ,  ଚାଇଲ୍ଡ ଲାଇନ୍ର ମଣିପାଲ୍, ପରିଷଦର ସଭ୍ୟା ସସ୍ମିତା ସାହୁ, ସ୍ୱର୍ଣ୍ଣମୟୀ ରାଉତ ଘଟଣାସ୍ଥଳରେ ପହଂଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।

ସମ୍ବନ୍ଧିତ ଖବର