ଭୁବନେଶ୍ୱର: ମାସିକ ପତ୍ରିକା ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ସପ୍ତମ ବାର୍ଷିକ ଉତ୍ସବ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶାର ଆଡ୍ଭୋକେଟ ଜେନେରାଲ ସୂର୍ଯ୍ୟ ମିଶ୍ର, ବିଶିଷ୍ଟ ଶିଳ୍ପପତି ତାରା ପଟ୍ଟନାୟକ, ସାଲେପୁର ବିଧାୟକ ପ୍ରକାଶ ବେହେରା, ‘ସେଲ୍’ର ବରିଷ୍ଠ ଅଧିକାରୀ ଗଦାଧର ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ରହି ସତ୍ୟ ଖବର ପ୍ରକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ସଂପାଦକ ଦିବ୍ୟଜିତ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାଦର୍ଶିତା ଲାଭ କରିଥିବା ୨୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜନୀତି ପାଇଁ ସାଂସଦ ଭର୍ତ୍ତୃହରି ମହତାବ, ପ୍ରଶାସନିକ ସେବା ପାଇଁ ବିଷ୍ଣୁପଦ େସଠୀ, ଦୀପକ ମହାନ୍ତି, ଇଞ୍ଜିନିୟରିଂ ସେବା ପାଇଁ ନଳିନୀକାନ୍ତ ପ୍ରଧାନ, ଭଗବାନ ସାହୁ, ପୁଲିସ କମିସନର୍ ସତ୍ୟଜିତ ମହାନ୍ତି, ରାଜସ୍ବ ସେବା ପାଇଁ ଶରତ ଚନ୍ଦ୍ର ଦାସ, ବାଣିଜ୍ୟ ପାଇଁ ଅଭିଶେକ ଗୁପ୍ତା, ପ୍ରଶାନ୍ତ ଆଲୁୱାଲିଆ, ଶିକ୍ଷା ପାଇଁ ସତ୍ୟପ୍ରକାଶ ପଣ୍ଡା, ଶ୍ରୀକାନ୍ତ ମହାପାତ୍ର, କ୍ରୀଡ଼ା ପାଇଁ ଦୂତୀ ଚାନ୍ଦ, ଲାଖୀ ସ୍ବାଇଁ, ରିଅଲ ଇଷ୍ଟେଟ ବିଭାଗରେ ଆଶିଷ୍ ଗର୍ଗ, ଇଣ୍ଟରନେଟ୍ ସେବା ପାଇଁ ପ୍ରଶାନ୍ତ ଅଗ୍ରୱାଲ, ସ୍ବାସ୍ଥ୍ୟ ସେବା ପାଇଁ ଆଲୋକ କାନୁନ୍ଗୋ, କୃଷି ପାଇଁ ଅକ୍ଷୟ ମହାନ୍ତି, ପ୍ରଯୁକ୍ତି ବିଦ୍ୟା ପାଇଁ ରୁଦ୍ରଶଙ୍କର ଶତପଥୀ, ମନୋରଂଜନ ପାଇଁ ହ୍ୟୁମାନ ସାଗର, ସୌନଖ ପାରିଖ, ସାମ୍ବାଦିକତା ପାଇଁ ସନ୍ଦୀପ ସାହୁ, ସମାଜସେବା ପାଇଁ ପ୍ରଭାସ ଆଚାର୍ଯ୍ୟ, ଗଣେଶ୍ବର ଗୋଛିକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ବାର୍ଷିକ ଉତ୍ସବ
/sambad/media/post_attachments/wp-content/uploads/2018/10/download.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)