ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ବଦଳିବେ ତଦନ୍ତକାରୀ ଅଧିକାରୀ!

ଭୁବନେଶ୍ବର : ଗୋପ ବ୍ଲକ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାର ତଦନ୍ତକାରୀ ଅଫିସର ତଥା ଧଉଳି ଥାନା ଇନ୍ସପେକ୍ଟର ଚିତ୍ତରଂଜନ ରାଉତଙ୍କୁ ତଦନ୍ତରୁ ବାଦ ଦିଆଯିବ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କମିସନରେଟ ପୁଲିସର ଜଣେ ଅଧିକାରୀ।

ସୂଚନା ମୁତାବକ ତଦନ୍ତକାରୀ ଅଫିସର ଶ୍ରୀ ରାଉତଙ୍କ ନିଜ ଘର ନିମାପଡ଼ାରେ। ତେଣୁ ତଦନ୍ତରେ ବାଧା ସୃଷ୍ଟି ହୋଇପାରେ। ଏଭଳି ଏକ ସଂଗିନ ଓ ସ୍ପର୍ଶକାତର ମାମଲାରେ ଶ୍ରୀ ରାଉତ ତଦନ୍ତ ଉପରେ ସନ୍ଦେହ ପ୍ରକଟ କରି କଂଗ୍ରେସ ପକ୍ଷରୁ ଡିସିପିଙ୍କୁ ସ୍ମାରକପତ୍ର ଦିଆଯାଇଥିଲା। ଏହି ସବୁ ଆଶଙ୍କାକୁ ଦୃଷ୍ଟିରେ ରଖି ତଦନ୍ତକାରୀ ଅଫିସରଙ୍କୁ ତଦନ୍ତରୁ ବାଦ୍ ଦିଆଯାଇ ପାରେ ବୋଲି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର